Image Courtesy of ANI
ନୂଆଦିଲ୍ଲୀ : ରାଜ୍ୟସଭାର ଦିବଙ୍ଗତ ପୂର୍ବତନ ସାଂସଦ ନରେନ୍ଦ୍ର ପ୍ରଧାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନ୍ଖଡ ପୂର୍ବତନ ସାଂସଦ ନରେନ୍ଦ୍ର ପ୍ରଧାନଙ୍କ ଗତ ଜାନୁଆରି ୨୨ରେ ଦେହାନ୍ତ ହୋଇଥିବାର ଗୃହରେ ସୂଚନା ଦେବା ସହିତ ଶୋକବାର୍ତ୍ତ ପାଠ କରିଥିଲେ। ସ୍ବର୍ଗତ ପ୍ରଧାନ ଜୁଲାଇ ୧୯୯୨ରୁ ଜୁଲାଇ ୧୯୯୮ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ। ସେ ଯୁବବର୍ଗଙ୍କ ଶିକ୍ଷା ଓ ସ୍ବରୋଜଗାର ପାଇଁ ଗ୍ରାମୀଣ ଶିବିର ଆୟୋଜନ କରିବାରେ ସକ୍ରିୟ ରହିଥିଲେ। ଗରିବ ଓ ନିଷ୍ପେଷିତଙ୍କୁ ଆଇନଗତ ସହାୟତା ପ୍ରଦାନ କରୁଥିଲେ। ତାଙ୍କ ପରଲୋକରେ ଦେଶ ଜଣେ ସମର୍ପିତ ସାମାଜିକ କାର୍ଯ୍ୟକର୍ତ୍ତାକୁ ହରାଇଛି ବୋଲି ଶ୍ରୀ ଧନ୍ଖଡ କହିଥିଲେ। ସଦନରେ ଦିବଙ୍ଗତ ସାଂସଦଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
Follow Us