କରୋନା ଆକ୍ରାନ୍ତ ହୋଇ ଟିଏମସି କର୍ମୀଙ୍କ ମୃତ୍ୟୁ ହେବା ପରେ ନିର୍ବାଚନ କମିସନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

କରୋନା ଆକ୍ରାନ୍ତ ହୋଇ ଟିଏମସି କର୍ମୀଙ୍କ ମୃତ୍ୟୁ ହେବା ପରେ ନିର୍ବାଚନ କମିସନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

NDTV.com

କୋଲକାତା: ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତ ଥିବା ଟିଏମସି କର୍ମୀଙ୍କ ମୃତ୍ୟୁ। ସ୍ବାମୀଙ୍କ ମୃତ୍ୟୁ ପରେ ନିର୍ବାଚନ କମିସନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ। ଖରଦାରୁ ଟିଏମସିର ପ୍ରାର୍ଥୀ ଥିବା କାଜଲ ସିହ୍ନାଙ୍କର ଏପ୍ରିଲ ୨୫ରେ ମୃତ୍ୟୁ ହୋଇଥିଲା। ଡେପୁଟି ନିର୍ବାଚନ କମିସନର ସୁଦୀପ ଜୈନ ଏବଂ ଅନ୍ୟ ଅଧିକାରୀଙ୍କ ଅସାବଧାନତା ଏବଂ ଅବହେଳା ପାଇଁ କାଜଲ ସିହ୍ନାଙ୍କର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ ନନ୍ଦିତା ସିହ୍ନା। ଏନେଇ ସେ ଏତଲା ଦାଖଲ କରିଛନ୍ତି।

Coronavirus Cases Updates: India Daily Covid Fatalities Cross 3,000,  Deadliest Day Yet; Record Cases NDTV.com

ପତ୍ନୀ ନନ୍ଦିତା ସିହ୍ନା ପୁଲିସ ଆଗରେ କରିଥିବା ଅଭିଯୋଗ ମୁତାବକ, ସାରା ଦେଶ କରୋନା ଭଳି ମହାମାରୀ ସହ ଲଢ଼ୁଥିବା ବେଳେ ନିର୍ବାଚନ କମିସନ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାମିଲନାଡୁ, କେରଳ ଏବଂ ପଣ୍ଡିଚେରୀରେ ମତଦାନ ହୋଇଥିଲେ ମଧ୍ୟ ଗୋଟେ ଦିନରେ ଏବଂ ଗୋଟେ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିଲା। ଟିଏମସି ଏପ୍ରିଲ ୧୬ ଏବଂ ଏପ୍ରିଲ ୨୦ରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମତଦାନର ପର୍ଯ୍ୟାୟକୁ କମ କରିବାକୁ ନିବେଦନ କରିଥିଲେ ମଧ୍ୟ ନିର୍ବାଚନ କମିସନ ଶୁଣିନଥିଲେ। ଏହି କାରଣରୁ ମୋ ସ୍ବାମୀଙ୍କ ଜୀବନ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe