ବିଜେପିକୁ ସମାଲୋଚନା କରିବା ବେଳେ ପାଟିରୁ କଥା ଖସିଯାଇଥିଲା, ରାଷ୍ଟ୍ରପତି ମୋତେ କ୍ଷମା କରନ୍ତୁ : ଅଖିଳ ଗିରି

ବିଜେପିକୁ ସମାଲୋଚନା କରିବା ବେଳେ ପାଟିରୁ କଥା ଖସିଯାଇଥିଲା, ରାଷ୍ଟ୍ରପତି ମୋତେ କ୍ଷମା କରନ୍ତୁ : ଅଖିଳ ଗିରି

କୋଲକାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କର ଅନ୍ୟତମ ମନ୍ତ୍ରୀ ଅଖିଳ ଗିରି। ରାଷ୍ଟ୍ରପତିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଟିଏମସି ମଧ୍ୟ ଏହାକୁ ନିନ୍ଦା କରିବାରୁ କ୍ଷମା ମାଗିଛନ୍ତି ଅଖିଳ ଗିରି।

ସେ କହିଛନ୍ତି, "ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦୀର୍ଘ ଦିନ ହେବ ମତେ ସମାଲୋଚନା କରୁଥିଲେ। ମତେ ‘କାଉ’ କହିବା ସହିତ ‘ହାଫ୍‌-ପ୍ୟାଣ୍ଟ୍‌’ ମନ୍ତ୍ରୀ ବି କହିଥିଲେ। ତେଣୁ, ମୁଁ ଚିଡ଼ି ଯାଇଥିଲି। ତାଙ୍କୁ ସମାଲୋଚନା କରିବା ବେଳେ ପାଟିରୁ ଏମିତିକା କଥା ବାହାରି ପଡ଼ିଲା। ମାନ୍ୟବର ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ନେଇ ମୋର କୌଣସି ଉଦ୍ଦେଶ୍ୟ ନଥିଲା। ପ୍ରତିଦିନ ମୋ ଚେହେରା ପାଇଁ ମୋତେ ଅସମ୍ମାନ କରେ ବିଜେପି। ଏହାର ଜବାବ ଦେବା ବେଳେ ମୁଁ ଭୁଲ କରିଛି। ମୁଁ ଏପରି ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗୁଛି। ଆମ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି।

ଉଲ୍ଲେଖଯୋଗ୍ୟ, ନନ୍ଦିଗ୍ରାମର ଏକ ଗାଁରେ ଆୟୋଜିତ ଏକ ରାଲିରେ ଅଖିଳ ଗିରି କହିଥିଲେ ଯେ, ବିଜେପି କହୁଛି ଯେ ମୁଁ ସୁନ୍ଦର ଦେଖାଯାଉ ନାହିଁ। ଆମେ ସେମାନଙ୍କ ଭଳି କାହାର ରୂପକୁ ନେଇ ‌ସମାଲୋଚନା କରୁନାହୁଁ। ଆମେ ରାଷ୍ଟ୍ରପତିଙ୍କୁ ସମ୍ମାନ କରୁ। କିନ୍ତୁ ଆମ ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି?" ଶୁକ୍ରବାର ରାଜ୍ୟ ଗୃହମନ୍ତ୍ରୀ ଶ୍ରୀ ଗିରି ଏଭଳି କହୁଥିବାର ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ନେଇ ସେ କ୍ଷମା ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe