ସାଙ୍ଗ ସାଙ୍ଗକୁ ଦୁଷ୍କର୍ମ କଲେ କ’ଣ ଆଉ କରାଯିବ; କୋଲକାତା ଗଣଦୁଷ୍କର୍ମ ଘଟଣାକୁ ନେଇ ଏଭଳି କହିଲେ ଟିଏମସି ନେତା

t

କୋଲକାତା: ପୁଣି କୋଲକାତାରେ ଘଟିଲା ଲଜ୍ଜିତ କଲା ଭଳି ଘଟଣା। ଗତବର୍ଷ ଜଣେ ଟ୍ରେନି ଡାକ୍ତରଙ୍କକୁ ହସ୍ପିଟାଲରେ ଦୁଷ୍କର୍ମ କରାଯାଇ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏବେ ପୁଣି ଥରେ କୋଲକାତାରେ ଆଉ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କୌଣସି ଜନଶୂନ୍ୟ ଅଞ୍ଚଳ ନୁହେଁ ବରଂ ଏକ ଆଇନ୍ କଲେଜରେ ଏହି ଘଟଣା ଘଟିଛି। ଯୁବତୀ ଆଇନ ଛାତ୍ରୀ ହୋଇଥିବା ବେଳେ କଲେଜର ପୂର୍ବତନ ଛାତ୍ରୀ ଓ ୨ଜଣ କର୍ମଚାରୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

ଏହି ଘଟଣା ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଦେଇଥିବା ପ୍ରତିକ୍ରିୟା ଚର୍ଚ୍ଚାରେ। ସେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ, "ଯଦି ଜଣେ ବନ୍ଧୁ ତାଙ୍କ ବନ୍ଧୁଙ୍କ ସହ ଦୁଷ୍କର୍ମ କରୁଛି ତେବେ କ'ଣ କରାଯାଇପାରିବ? ସ୍କୁଲରେ ପୁଲିସ ଜଗିବ କି? ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରୀଙ୍କ ସହିତ ଏଭଳି ଅପରାଧ କରିଛନ୍ତି। ତାଙ୍କୁ (ପୀଡିତା) କିଏ ସୁରକ୍ଷା ଦେବ?" ଏସବୁ ଅପରାଧ ଏବଂ ଦୁଷ୍କର୍ମ କିଏ କରେ? କିଛି ପୁରୁଷ ଏହା କରନ୍ତି। ତେଣୁ, ମହିଳାମାନେ କାହା ବିରୋଧରେ ଲଢ଼ିବା ଉଚିତ? ମହିଳାମାନେ ଏହି ବିକୃତ ମାନସିକତା ରଖୁଥିବା ପୁରୁଷମାନଙ୍କ ବିରୋଧରେ ଲଢ଼ିବା ଉଚିତ। ସବୁ କୋଣରେ ଦୁଷ୍କର୍ମ ଭଳି ଅପରାଧ ଘଟୁଛି। ପୁରୁଷଙ୍କ ମାନସିକତା ନବଦଳିବା ପର୍ଯ୍ୟନ୍ତ ଏଭଳି ଘଟୁଥିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe