ତିରୁଅନନ୍ତପୁରମ୍‌ରେ ସପ୍ତାହେ ଟ୍ରିପଲ୍‌ ଲକ୍‌ଡାଉନ୍‌: କଡ଼ା କଟକଣା ଜାରି, ସଚିବାଳୟ ସମେତ ସବୁ ସରକାରୀ ଅଫିସ୍‌ ବନ୍ଦ

Advertisment
ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ଟପିଲା, କୋଭିଡ୍‌ ସଂକ୍ରମଣର ବୃଦ୍ଧିହାର ୨୮ ପ୍ରତିଶତ କମିଲା

India TV News

ତିରୁଅନନ୍ତପୁରମ୍ : କେରଳରେ କ‌ରୋନା ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ପୁଣି କଟକଣା କଡ଼ାକଡ଼ି କରିଛନ୍ତି। ତିରୁଅନନ୍ତପୁରମ୍‌ରେ ଆଜିଠାରୁ ଟ୍ରିପଲ୍‌ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଜୁଲାଇ ୬ ସକାଳ ୬ଟାରୁ ଏହି ଲକ୍‌ଡାଉନ୍‌ ନିୟମ କାର୍ଯ୍ୟକାରୀ ହୋଇଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଏହା ଜାରି ରହିବ। ସଂକ୍ରମଣ କମାଇବାପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତିରୁଅନନ୍ତପୁରମ୍‌ର ୧୦୦ ୱାର୍ଡ୍‌ରେ କେବଳ ହସ୍ପିଟାଲ୍‌, ମେଡିସିନ୍‌ ଦୋକାନ ଏବଂ ସଉଦା ଦୋକାନ ଖୋଲା ରହିବ। ଟ୍ରିପଲ୍‌ ଲକ୍‌ଡାଉନ୍‌ରେ ଲୋକମାନେ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବେନି। କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ। କୋର୍ଟ ମଧ୍ୟ ବନ୍ଦ ରହିବ। ସହର ମଧ୍ୟକୁ କେବଳ ଗୋଟିଏ ପ୍ରବେଶ ଏବଂ ପ୍ରସ୍ଥାନ ପଥ ଖୋଲା ରହିବ। ଅନ୍ୟ ସମସ୍ତ ପଥ ଗୁଡ଼ିକ ବନ୍ଦ ରହିବ ବୋଲି କେରଳ ପୁଲିସ ମୁଖ୍ୟ ଲୋକନାଥ ବେହେରା କହିଛନ୍ତି। ସହରରେ କୌଣସି ଗାଡ଼ି ଚଳାଚଳ କରିବନି। ରାଜ୍ୟ ସଚିବାଳୟ ସମେତ ସବୁ ସରକାରୀ ଅଫିସ୍‌ ମଧ୍ୟ ବନ୍ଦ ରହିବ। କେରଳରେ ରବିବାର ଦିନ ସର୍ବାଧିକ ୨୨୫ କରୋନା ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ସେନା ୟୁନିଟ୍‌ରୁ ୭ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୪୨୯କୁ ବୃଦ୍ଧି ପାଇଛି। ହଠାତ୍‌ ସଂକ୍ରମଣ ବଢ଼ିଯିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ଟ୍ରିପଲ୍‌ ଲକ୍‌ଡାଉନ୍‌ କେମିତି କାର୍ଯ୍ୟକାରୀ ହେବ?
କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏଥିରେ ୩ଟି ‌ଷ୍ଟେପ୍‌ ରହିଛି ତଥା ଲକ୍‌-୧, ଲକ୍‌-୨ ଏବଂ ଲକ୍‌-୩। ଲକ୍‌-୧ରେ ଜିଲ୍ଲାରେ ସବୁ ଲୋକଙ୍କ ଗମନାଗମନ ଉପରେ କଟକଣା ଜାରି ହୋଇଛି। ନିଧାର୍ଯ୍ୟ ଅଞ୍ଚଳକୁ କୌଣସି ଲୋକ ପ୍ରବେଶ କରିବେନି କି ବାହାରିବେନି। ଯେଉଁ ଅଞ୍ଚଳରେ କରୋନା ମାମଲା ଚିହ୍ନଟ ହୋଇଥିବ ସେଠାରେ ଲକ୍‌-୨ କାର୍ଯ୍ୟକାରୀ ହେବ। ଲକ୍‌-୨ ଅଧୀନରେ ଯେଉଁମ‌ାନେ ଅନାବଶ୍ୟକ ଭ‌ାବେ ଘରୁ ବାହାରକୁ ବାହାରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଲକ୍‌-୩ ଅଧୀନରେ ସଂକ୍ରମିତଙ୍କ ଘର ଉପରେ କଡ଼ା ନଜର ରଖାଯିବ। ସଂକ୍ରମିତ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟ ଯେଭଳି ଘରକୁ ବାହାରିବେନି ତା’ ଉପରେ ଗୁରୁତ୍ବ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe