ପୁଣି ସଂସଦରେ ଆସିବ ତିନ୍ ତଲାକ ବିଲ; କେନ୍ଦ୍ର କ୍ୟାବିନେଟ ଦେଲା ମଞ୍ଜୁରୀ

ଲୋକସଭାରେ ତିନିତଲାକ ବିଲ ପାସ୍, କଂଗ୍ରେସ, ଡିଏମକେ,ଟିଏମସିର କକ୍ଷତ୍ୟାଗ

ନୂଆଦିଲ୍ଲୀ: ଏଥରର ସଂସଦ ଅଧିବେଶନରେ ଆସିପାରେ ତିନ୍ ତଲାକ ବିଲ । କାରଣ ସରକାର ଏହି ବିଲକୁ ଆଜି ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶ ଆଗକୁ ବଢୁଛି। ତେଣୁ ଏହି ବିଲ ବହୁ ଗୁରୁତ୍ୱ ବହନ କରୁଛି।  ସେ କହିଛନ୍ତି, ଏଥର ରାଜ୍ୟସଭାରେ ବି ଏହି ବିଲକୁ ସଦସ୍ୟମାନେ ସମର୍ଥନ କରିବେ ବୋଲି ଆଶା ଅଛି। ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ବିଲକୁ ପୁଣି ସଂସଦରେ ଉପସ୍ଥାପନ ଲାଗି  ନିଷ୍ପତ୍ତି ନିଆଯାଇଛି।

publive-image NDTV

କୁହାଯାଉଛି, ଜୁନ ୧୭ରୁ ଆରମ୍ଭ ହେଉଥିବା ୧୭ ତମ ଲୋକସଭାର ପ୍ରଥମ ଅଧିବେଶନରେ ହିଁ ଏହି ବିଲକୁ ଉପସ୍ଥାପନ କରାଯିବ। ଏଠାରେ ସୂଚନା ଥାଉ କି ଗତ ୧୬ ତମ ଲୋକସଭା ଭଙ୍ଗ ହେବା ସହ ଏହି ବିଲର ସମୟ ଅବଧି ମଧ୍ୟ ସରିଯାଇଥିଲା। କାରଣ ଏହି ବିଲ ସଂସଦରେ ପାରିତ ହୋଇପାରି ନ ଥିଲା । ରାଜ୍ୟସଭାରେ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ବହୁମତ ନ ଥିଲା,  ଯାହାଫଳରେ ବିରୋଧୀ ଏହି ବିଲକୁ ଅଟକାଇଦେବାରେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe