ତ୍ରିପୁରା ପୌର ନିର୍ବାଚନ: ୮ଟି ମୁନିସ୍‌ପାଲିଟିରେ ‘ବିଜେପି’ର ବିପୁଳ ବିଜୟ; ୬ଟିରେ ଅଗ୍ରଣୀ

Advertisment
ତ୍ରିପୁରା ପୌର ନିର୍ବାଚନ: ୮ଟି ମୁନିସ୍‌ପାଲିଟିରେ ‘ବିଜେପି’ର ବିପୁଳ ବିଜୟ; ୬ଟିରେ ଅଗ୍ରଣୀ

Image Courtesy of India Today

ଅଗରତାଲା: ଆଜି ଦିନ ୧୨ଟା ସୁଦ୍ଧା ହୋଇଥିବା ତ୍ରିପୁରା ପୌର ନିର୍ବାଚନ ଭୋଟ୍‌ ଗଣତିରେ ‘ଭାରତୀୟ ଜନତା ପାର୍ଟି’ ୧୪ଟି ମୁନିସ୍‌ପାଲିଟିରୁ ୮ଟିରେ ବିପୁଳ ବିଜୟ ହାସଲ କରିଥିବା ବେଳେ ବାକି ୬ଟିରେ ମଧ୍ୟ ଅଗ୍ରଣୀ ରହିଛି।

ଅଗରତାଲା ମୁନିସ୍‌ପାଲ୍‌ କର୍ପୋରେସନ୍‌ରେ ‘ବିଜେପି’ ୫୮,୨୨୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ‘ତୃଣମୂଳ କଂଗ୍ରେସ’ ୨୨,୨୯୫ଖଣ୍ଡ ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନରେ ଥିବା ବେଳେ ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ (ମାର୍କସ୍‌ବାଦୀ) ୧୫,୯୬୦ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛି।

publive-image Image Courtesy of India.com

‘କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସେସ୍‌’ ଏବଂ ରାଜ୍ୟ ପୁଲିସ ୟୁନିଟ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା।

୬ଟି ନଗର ପଞ୍ଚାୟତ, ୭ଟି ପୌର ପରିଷଦ୍‌ ଏବଂ ଅଗରତାଲା ପୌର ନିଗମ ସମେତ ରାଜ୍ୟରେ ଥିବା ୩୩୪ ଆସନରୁ ପ୍ରାୟ ୨୨୨ ଆସନରେ ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ଭୋଟ୍‌ରେ  ୮୧.୫୪% ଜନତା ଭୋଟ୍‌ ଦେଇଥିଲେ।

ଅନ୍ୟ ଦଳମାନେ ପ୍ରାର୍ଥୀ ନ ଦେବାରୁ ବାକି ୧୧୨ ଆସନରେ ‘ବିଜେପି’ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe