ଉପନିର୍ବାଚନ ପୂର୍ବରୁ ‘ତୃଣମୂଳ କଂଗ୍ରେସ’ ଛାଡ଼ିଲେ ତ୍ରିପୁରାର ପୂର୍ବତନ ବିଧାୟକ

Advertisment
ଉପନିର୍ବାଚନ ପୂର୍ବରୁ ‘ତୃଣମୂଳ କଂଗ୍ରେସ’ ଛାଡ଼ିଲେ ତ୍ରିପୁରାର ପୂର୍ବତନ ବିଧାୟକ

Image Courtesy of NDTV

ଗୌହାଟି: ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନ ଥିବା ବେଳେ ଶୁକ୍ରବାର ଦିନ ଜଣେ ପୂର୍ବତନ ବିଧାୟକ ଦଳ ପରିତ୍ୟାଗ କରିବାରୁ ତ୍ରିପୁରାରେ ‘ତୃଣମୂଳ କଂଗ୍ରେସ’କୁ ଶକ୍ତ ଆଘାତ ଲାଗିଛି।

ପ୍ରାପ୍ତ ସୂଚନା ଅନୁସାରେ, ‘ତୃଣମୂଳ କଂଗ୍ରେସ’ ଛାଡ଼ିଥିବା ଉକ୍ତ ନେତାଜଣକ ହେଉଛନ୍ତି ଅନୁସୂଚୀତ ଜାତିର ଆଶିଷ ଦାସ। ଗତବର୍ଷ ସେ ‘ବିଜେପି’ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଥିଲେ।

‘ତୃଣମୂଳ କଂଗ୍ରେସ’ର ନେତୃତ୍ବକୁ ତୀବ୍ର ସମାଲୋଚନା କରି ଦାସ ଅଭିଯୋଗ କରିଛନ୍ତି ଯେ, ଦଳରେ ଅଭ୍ୟନ୍ତରୀଣ ଗୋଷ୍ଠୀବାଦ ଚାଲିଥିବାରୁ ଦଳରେ ‘କଣ୍ଢେଇ ନାଚ’ ଚାଲିଥିବା ପରି ମନେହେଉଛି। ଦେଶର ଅନ୍ୟାନ୍ୟ ଅଞ୍ଚଳରେ କଂଗ୍ରେସକୁ ଦୁର୍ବଳ କରି ପଶ୍ଚିମବଙ୍ଗରେ ଆପଣାକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଥିବା ‘ତୃଣମୂଳ କଂଗ୍ରେସ’ ବାସ୍ତବରେ ‘ବିଜେପି’କୁ ହିଁ ସାହାଯ୍ୟ କରୁଛି।

‘ତୃଣମୂଳ କଂଗ୍ରେସ’ର ଜାତୀୟ ସାଧାରଣ ସଚିବ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ସେ ସମାଲୋଚନା କରି କହିଛନ୍ତି ଯେ, ଉଭୟ ‘ବିଜେପି’ ଏବଂ ‘ତୃଣମୂଳ କଂଗ୍ରେସ’ରେ ଗଣତାନ୍ତ୍ରିକ ବାତାବରଣ ନାହିଁ।

ସ୍ମରଣଯୋଗ୍ୟ, ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ପୂର୍ବରୁ ‘ବିଜେପି’କୁ ଶୁଦ୍ଧି ହେବା ଲାଗି ଦାସ ଲଣ୍ଡା ହେବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।

ସେ ‘ବିଜେପି’ ଛାଡ଼ି ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବାରୁ ବିଧାନସଭା ସଦସ୍ୟତା ହରାଇଥିଲେ। ଫଳରେ ସୁର୍‌ମାରେ ଉପନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଥିଲା।

ଜୁନ୍‌ ୨୩ ତାରିଖରେ ସେଠାରେ ଉପନିର୍ବାଚନ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଉପନିର୍ବାଚନକୁ ୨୦୨୩ରେ ରାଜ୍ୟ‌ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ‌‘ସେମିଫାଇନାଲ୍‌’ ବୋଲି କୁହାଯାଉଛି। ଏବଂ ସେଥିରେ ସଫଳତା ହାସଲ କରିବା ଲାଗି ‘ତୃଣମୂଳ କଂଗ୍ରେସ’ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe