ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ସ୍ବାମୀ ବିବେକାନନ୍ଦ ଓ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରି ବିବାଦ ସୃଷ୍ଟି କଲେ ତ୍ରିପୁରା ମନ୍ତ୍ରୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ସ୍ବାମୀ ବିବେକାନନ୍ଦ ଓ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରି ବିବାଦ ସୃଷ୍ଟି କଲେ ତ୍ରିପୁରା ମନ୍ତ୍ରୀ

କୋଲ୍‌କାତା: ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ସ୍ବାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଠାକୁର, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ ଏବଂ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ସହ ତୁଳନା କରି ତ୍ରିପୁରାର ଶିକ୍ଷାମନ୍ତ୍ରୀ ରତନ୍‌ ଲାଲ୍‌ ବିବାଦୀୟ ହୋଇପଡ଼ିଛନ୍ତି।

ମହାନ୍‌ ନେତାମାନଙ୍କ ସହିତ ବିପ୍ଳବ ଦେବଙ୍କୁ ତୁଳନା କରି ରତନ୍‌ ଲାଲ୍‌ କହିଲେ, ବିପ୍ଳବ ଦେବ ତ୍ରିପୁରାରେ ଜନ୍ମ ନେଇଥିବାରୁ ତ୍ରିପୁରାବାସୀ ଭାଗ୍ୟବାନ ମନେକରିବା ଉଚିତ।

ବିପ୍ଳବ ଦେବଙ୍କ ବ୍ୟତୀତ ପୂର୍ବ ସରକାରମାନଙ୍କରେ ଯେଉଁମାନେ ଥିଲେ, ସେମାନେ ଆମ ଅଭିଳାଷ କଥା ଚିନ୍ତା କରିବାକୁ ସୁଯୋଗ ଦେଇ ନ ଥିଲେ। ଏବଂ ସେ ସେଥିରୁ କିଛି ଅଭିଳାଷ ପୂରଣ କରିଛନ୍ତି ବୋଲି ଶୁକ୍ରବାର ଦିନ ଧାଲାଇ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ରତନ୍‌ ଲାଲ୍‌ କହିଛନ୍ତି।

publive-image Image Courtesy of Northeast Now

ସେ କହିଛନ୍ତି, ଦିନ ଥିଲା ଆମ ଦେଶ ଓ ବିଶ୍ବରେ ସୁଭାଷ ଚନ୍ଦ୍ର ବୋଷ, ରବୀନ୍ଦ୍ରନାଥ ଠାକୁର, ମହାତ୍ମା ଗାନ୍ଧୀ, ବିବେକାନନ୍ଦ, ଆଇନଷ୍ଟାଇନ୍‌ଙ୍କ ଭଳି ମହାପୁରୁଷମାନେ ଜନ୍ମଗ୍ରହଣ କରିଥିଲେ। ଆଉ ଆମ ରାଜ୍ୟରେ ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ବିପ୍ଳବ କୁମାର ଦେବ। ସେ ନୂଆ ଦିଗ୍‌ଦର୍ଶନ ଦେବା ସହ ଜନସାଧାରଣଙ୍କ ଆକାଙ୍‌କ୍ଷା ପୂରଣ କରିଛନ୍ତି।

publive-image Image Courtesy of India Today

ତ୍ରିପୁରା ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ର ରାଜ୍ୟ ସଭାପତି ସୁବଳ ଭୌମିକ କହିଛନ୍ତି ଯେ, ଦେଶର ସଂସ୍କୃତି, ପରମ୍ପରା ଏବଂ ସଂସ୍କାର ବିଷୟରେ ଜ୍ଞାନ ନ ଥିବା ବ୍ୟକ୍ତିମାନ‌େ ରାଜ୍ୟ ଶାସନ କରୁଛନ୍ତି। ଦେଶର ମହାନ୍‌ ନେତୃବୃନ୍ଦଙ୍କ ସଙ୍ଗେ ନାଥ ଯେଭଳି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ତୁଳନା କଲେ ତାହା ଅସମ୍ମାନଜନକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe