ଆଇନ-ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ଅଗରତାଲା ରାଲି ପାଇଁ ଅଭିଷେକ ବାନାର୍ଜୀଙ୍କୁ ଅନୁମତି ଦେଲାନି ତ୍ରିପୁରା ପୁଲିସ

ଆଇନ-ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ଅଗରତାଲା ରାଲି ପାଇଁ ଅଭିଷେକ ବାନାର୍ଜୀଙ୍କୁ ଅନୁମତି ଦେଲାନି ତ୍ରିପୁରା ପୁଲିସ

Image Courtesy of India Today

ଅଗରତାଲା: ସହରରେ ସାମ୍ପ୍ରତିକ ଆଇନ-ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ଆଜି ରାଜଧାନୀ ଅଗରତାଲାରେ ରାଲି କରିବା ଲାଗି ତ୍ରିପୁରା ପୁଲିସ ‘ତୃଣମୂଳ କଂଗ୍ରେସ’ ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଅନୁମତି ଦେବାକୁ ଅଗ୍ରାହ୍ୟ କରି ଦେଇଛି। କିନ୍ତୁ, ଅଭିଷେକ ଆଜି ଅଗରତାଲା ଗସ୍ତ କରିବେ।

ଉତ୍ତେଜନା ବାତାବରଣ ବୃଦ୍ଧି ପାଉଥିବା ହେତୁ ଅଗରତାଲାରେ ‘ବିଜେପି’ କିଂବା ‘ତୃଣମୂଳ କଂଗ୍ରେସ’କୁ ରାଲି ବା ‘ରୋଡ୍‌ ସୋ’ କରାଇ ଦିଆଯିବ ନାହିଁ ବୋଲି ପୁଲିସ କହିଛି।

ସବ୍‌ ଡିଭିଜିନାଲ୍‌ ପୋଲିସ୍‌ ଅଫିସର୍‌ ରମେଶ ଯାଦବ କହିଛନ୍ତି, ଉଭୟ ଦଳକୁ ପଥପ୍ରାନ୍ତ ସଭା କରିବାକୁ ଅନୁମତି ଦିଆଯାଇଛି। ଆଜି ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୨.୩୦ ମଧ୍ୟରେ ପଥପ୍ରାନ୍ତ ସଭା କରିବା ଲାଗି ‘ତୃଣମୂଳ କଂଗ୍ରେସ’କୁ ଅନୁମତି ଦିଆଯାଇଛି।

publive-image Image Courtesy of India Ahead

ସୂଚନାଯୋଗ୍ୟ, ନରହତ୍ୟା ଉଦ୍ୟମ ଅଭିଯୋଗରେ ରବିବାର ଦିନ ତ୍ରିପୁରା ପୁଲିସ ‘ତୃଣମୂଳ ଯୁବ କଂଗ୍ରେସ’ ସଭାପତି ସାୟୋନି ଘୋଷଙ୍କୁ ଗିରଫ କରିଛି। ଶନିବାର ସନ୍ଧ୍ୟାରେ ସେ କୁଆଡ଼େ କେତେକ ‘ବିଜେପି’ କର୍ମୀଙ୍କ ଉପରେ ତାଙ୍କ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ। ଆଜି ସାୟୋନିଙ୍କୁ ଅଦାଲତରେ ହାଜର କରାଯିବ। ତାଙ୍କ ପାଇଁ ‘ତୃଣମୂଳ କଂଗ୍ରେସ’ ତୁରନ୍ତ ଜାମିନ ଆବେଦନ କରିବ।

ରବିବାର ଦିନ ଅଗରତାଲା ଥାନାରେ ‘ବିଜେପି’ କର୍ମୀମାନେ ଠେଙ୍ଗା ଓ ଢେଲାଦ୍ବାରା ଦଳୀୟ କର୍ମୀଙ୍କୁ ମାରଧର କରିଥିବା କଥା ‘ତୃଣମୂଳ କଂଗ୍ରେସ’ ଅଭିଯୋଗ କରିଛି। ରବିବାର ସକାଳେ ସାୟୋନିଙ୍କୁ ଜେରା କରିବା ପାଇଁ ଥାନାକୁ ନିଆଯାଇଥିବା ବେଳେ ‘ତୃଣମୂଳ କଂଗ୍ରେସ’ କର୍ମୀମାନେ ସେଠାରେ ସମବେତ ହୋଇଥିଲେ।

ଏହ ବ୍ୟତିରେକେ, ରବିବାର ରାତିରେ ଅଗରତାଲାର ଭଗବାନ ଠାକୁର ଚୌମୁନି ଅଞ୍ଚଳରେ ‘ତୃଣମୂଳ କଂଗ୍ରେସ’ ରାଜ୍ୟ ୟୁନିଟ୍‌ର ‘ଷ୍ଟିୟରିଙ୍ଗ୍ କମିଟି’ ମୁଖ୍ୟ ସୁବଳ ଭୌମିକଙ୍କ ବାସଭବନରେ ଆକ୍ରମଣ ହେବାରୁ କେତେ‌କ ବ୍ୟକ୍ତି ଆହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ପୁଲିସ ଓ ତ୍ରିପୁରା ଷ୍ଟେଟ୍‌ ରାଇଫଲ୍ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe