ଭିଏଚପି ରାଲି ସମୟରେ ତ୍ରିପୁରାରେ ମସଜିଦ ଭଙ୍ଗାରୁଜାକୁ ନେଇ ବଢ଼ୁଛି ଉତ୍ତେଜନା; ଧର୍ମନଗରରେ ୧୪୪ ଧାରା ଜାରି

ଭିଏଚପି ରାଲି ସମୟରେ ତ୍ରିପୁରାରେ ମସଜିଦ ଭଙ୍ଗାରୁଜାକୁ ନେଇ ବଢ଼ୁଛି ଉତ୍ତେଜନା; ଧର୍ମନଗରରେ ୧୪୪ ଧାରା ଜାରି

ଧର୍ମନଗର(ତ୍ରିପୁରା): ବାଂଲାଦେଶରେ ହିନ୍ଦୁମାନଙ୍କ ବିରୋଧରେ ହେଉଥିବା ହିଂସାକୁ ବିରୋଧ କରିବା ପାଇଁ ଗତ ମଙ୍ଗଳବାର ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଆୟୋଜିତ ହୋଇଥିବା ବିକ୍ଷୋଭ ରାଲି କାଳରେ ଏକ ମସଜିଦ ଭଙ୍ଗାରୁଜାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଶମିତ ହେବା ପରିବର୍ତ୍ତେ କୁହୁଳିବାକୁ ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜି (ବୁଧବାର) ତ୍ରିପୁରାର ଧର୍ମନଗର ଜିଲ୍ଲାରେ ଲୋକଙ୍କ ସମାଗମ ଉପରେ ପ୍ରତିବନ୍ଧକ ଲଗାଇବା ଉଦ୍ଦେଶ୍ୟରେ ୧୪୪ ଧାରା ଲାଗୁ କରାଯାଇଛି।

ଉଲ୍ଲେଖଯୋଗ୍ୟ, ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଆୟୋଜିତ ହୋଇଥିବା ବିକ୍ଷୋଭ ରାଲି କାଳରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତର ତ୍ରିପୁରା ଜିଲ୍ଲାର ଚାମଟିଲା ଅଞ୍ଚଳରେ ଏକ ମସଜିଦରେ ଭଙ୍ଗାରୁଜା କରାଯିବା ସହ ଦୁଇଟି ଦୋକାନରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି।
ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାନୁପାଡା ଚକ୍ରବର୍ତ୍ତୀ କହିଛନ୍ତି ଯେ ରୋୱା ବଜାର ନିକଟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ମାଲିକାନାରେ ଥିବା ତିନିଟି ଘର ଏବଂ କିଛି ଦୋକାନରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା।

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏହି ଘଟଣାର ନିନ୍ଦା କରିଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ବ୍ୟାହତ କରିବା ପାଇଁ ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ ସକ୍ରିୟ ଥିଲେ ବୋଲି ବାମପନ୍ଥୀ ଦଳ କହିଛି ଏବଂ ଶାନ୍ତି ବଜାୟ ରଖିବାକୁ ସମସ୍ତ ବର୍ଗଙ୍କୁ ନିବେଦନ କରିଛି। ଏଥିସହ ଏହି ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe