ହିନ୍ଦୁ ମହିଳାଙ୍କ ପ୍ରତି ଅପମାନସୂଚକ ଶବ୍ଦ ପ୍ରୟୋଗ ମାମଲାରେ ଫସିଲେ ଶଶି ଥରୁର, ଗିରଫ ପରଓ୍ଵାନା ଜାରି

Advertisment
ପାତରଅନ୍ତର ଅଭିଯୋଗ ଆଣିଲେ ଥରୁର: ଖଡ଼ଗେଙ୍କୁ ସ୍ବାଗତ, ମତେ ଅଣଦେଖା

Photo: The Hindu

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁରଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି ହୋଇଥିବା ଶନିବାର ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। କେରଳର ତିରୁଅନନ୍ତପୁରମ୍‌ର ଏକ କୋର୍ଟଙ୍କ ଦ୍ୱାରା ଏହି ଗିରଫ ପରଓ୍ଵାନା ଜାରି କରାଯାଇଛି। ଥରୁର ନିଜର ଏକ ପୁସ୍ତକରେ ହିନ୍ଦୁ ମହିଳାଙ୍କୁ ଅପମାନିତ କରିଥିବା ଭଳି ଶବ୍ଦର ପ୍ରୟୋଗ କରିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଥରୁର ନିଜର ଏକ ପୁସ୍ତକରେ ହିନ୍ଦୁ ମହିଳାଙ୍କୁ ବଦନାମ କରିଥିବା ଭଳି ଲେଖା ରଖିଛନ୍ତି। ଏହାକୁ ନେଇ ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି।

କିଛି ଦିନ ପୂର୍ବରୁ ଥରୁର ଟୁଇଟ୍‌ କରି ଭାରତର ଭୁଲ ମାନଚିତ୍ର ସେୟାର କରି ବିବାଦ ଘେରକୁ ଆସିଥିଲେ। ସେ କୋଝିକୋଡ଼ରେ ହେବାକୁ ଥିବା ଦଳୀୟ ପ୍ରଦର୍ଶନକୁ ନେଇ ଏକ ମାନଚିତ୍ରକୁ ଟୁଇଟ୍‌ କରିଥିଲେ। ଏହି ମାନଚିତ୍ରରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଓ ଅକ୍ସାଇ ଚୀନ ଭାରତର ଅଂଶବିଶେଷ ଦର୍ଶାଇଯାଇ ବୋଲି ନ ଥିଲା।

ଏହି ଟୁଇଟ୍‌ ପରେ ଥରୁର ଟ୍ରୋଲ ହୋଇଥିଲେ ଏବଂ ଭାରତୀୟ ଜନତା ପାର୍ଟି ତାଙ୍କୁ ଟାର୍ଗେଟ କରିଥିଲା। ବିବାଦ ବଢ଼ିବାରୁ ଶଶି ଥରୁର ନିଜର ଏହି ବିବାଦୀୟ ଟୁଇଟ୍‌କୁ ଡିଲିଟ୍‌ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe