ମହାକୁମ୍ଭ ମେଳା ଅନେକ ଗରିବପରିବାରର ଆର୍ଥିକ ଅବସ୍ଥା ସୁଧାରି‌ ଦେଇଛି

୪୫ଦିନ ଧରି ଚାଲିଥିବା ମହାକୁମ୍ଭ ମେଳା ସଫଳତାର ସହ ସମ୍ପର୍ଣ୍ଣ ହୋଇଯାଇଛି । ମହାକୁମ୍ଭ କେବଳ ଧାର୍ମିକ ଆୟୋଜନରେ ସୀମିତ ନୁହେଁ ଏହା ଅନେକ ଗରିବ ପରିବାରର ଆର୍ଥିକ ଅବସ୍ଥାକୁ ସୁଧାର ଦେଇ ଯାଇଥିବା ବ୍ୟବସାୟୀଙ୍କ ସୂତ୍ରରୁ ପ୍ରକାଶ ପାଇଛି। 

sADEAS

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ସଫଳତାର ସହ ସମ୍ପର୍ଣ୍ଣ ହୋଇଯାଇଛି। ଏହି ମହାକୁମ୍ଭ ମେଳା ଅନେକ ଗରିବ ପରିବାରର ଆର୍ଥିକ ଅବସ୍ଥାକୁ ସୁଧାର ଦେଇ ଯାଇଥିବା ବ୍ୟବସାୟୀଙ୍କ ସୂତ୍ରରୁ ପ୍ରକାଶ ପାଇଛି। 

ସଙ୍ଗମ ନଗରୀରେ ୪୫ଦିନ ପର୍ଯ୍ୟନ୍ତ ଚାଲିଥିବା ମହାକୁମ୍ଭ ମେଳାରେ ୬୭କୋଟି ଶ୍ରଦ୍ଧାଳୁ ପହଞ୍ଚି ବୁଡ଼ ପକାଇଥିଲେ। ଏହି ମହାକୁମ୍ଭ କେବଳ ଧାର୍ମିକ ଆୟୋଜନରେ ସୀମିତ ନୁହେଁ ଏହା ଅନେକ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଥିଲା।

ଝାଡଖଣ୍ଡରୁ ଆସିଥିବା ଜଣେ ଟ୍ରଲି ମ୍ୟାନ କୁମ୍ଭମେଳାରେ ହୋଇଥିବା ନିଜ ରୋଜଗାରକୁ ନେଇ କହିଛନ୍ତି, ‘ମୋ ପାଖରେ ଏକ ଟ୍ରଲି ଥିଲା। ଯେଉଁଥିରେ ମୁଁ ଲୋକଙ୍କ ଅଦରକାରୀ ସାମଗୀ ବୋହି ନେଇଥାଏ। କିନ୍ତୁ ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ ସମୟରେ ଏହି ଟ୍ରଲିକୁ ମୁଁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବ୍ୟବହାର କରିଥିଲି। 

ଶ୍ରଦ୍ଧାଳୁମାନଙ୍କୁ ଟ୍ରଲିରେ ସେବା ଯୋଗାଇ ମୁଁ ମାତ୍ର ୧୫ଦିନରେ ପ୍ରତିଦିନ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଛି। ଏହା ମୋର ବର୍ଷକର ରୋଜଗାର ହୋଇଯାଇଛି। ଏହି ଟଙ୍କାକୁ ମୁଁ କିଛି ଭଲ କାମରେ ଲଗାଇବାକୁ ଯୋଜନା କରୁଛି। ଯଦ୍ବାରା ଘରର ଆର୍ଥିକ ଅବସ୍ଥା ସୁଧାରିଯିବ ବୋଲି ମୁଁ ଭାବୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe