ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ଜମ୍ମୁରେ ଏନ୍‌କାଉଣ୍ଟର୍‌: ଜଣେ ସେନା ଅଧିକାରୀ ସହିଦ, ୪ଜଣ ଆହତ

Advertisment
ଜମ୍ମୁ ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ନିହତ; ଆହତ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ

Image Courtesy of NDTV

ଶ୍ରୀନଗର: ଆଜି ପ୍ରତ୍ୟୁଷରେ ଜମ୍ମୁର ସୁଞ୍ଜ୍‌ୱାନ୍‌ ଅଞ୍ଚଳରେ ଥିବା ଆର୍ମି କ୍ୟାମ୍ପ୍‌ ନିକଟରେ ଆତଙ୍କବାଦୀ ମୁକାବିଲା ଅଭିଯାନ ସମୟରେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି ଓ ଆଉ ୪ଜଣ ଯବାନ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ଆଗାମୀ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ହୋଇଛି। ସେଠାରେ ଥିବା ପଲ୍ଲୀ ଗ୍ରାମରେ ଆୟୋଜନ ହେବାକୁ ଥିବା ହଜାର ହଜାର ପଞ୍ଚାୟତ ସଦସ୍ୟଙ୍କ ସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ।

ଆତଙ୍କବାଦୀମାନେ ଜମ୍ମୁ ନଗରୀ ଆକ୍ରମଣ କରିବାର ଯୋଜନା କରୁଥିବା କଥା ନିର୍ଭରଯୋଗ୍ୟସୂତ୍ରରୁ ପୁଲିସକୁ ସୂଚନା ମିଳିବା ପରେ ସୁଞ୍ଜ୍‌ୱାନ୍‌ କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳରେ ପାହାନ୍ତା ପୂର୍ବରୁ ଅଭିଯାନ ଆରମ୍ଭ ହୋଇଥିଲା।

publive-image Image Courtesy of Zee News

ଜମ୍ମୁ ଜୋନ୍‌ର ‘ଏଡିଜିପି’ ମୁକେଶ ସିଂହ କହିଛନ୍ତି: ଏହି ଏନ୍‌କାଉଣ୍ଟର୍‌ରେ ଜଣେ ନିରାପତ୍ତା ଯବାନ୍‌ ସହିଦ ହୋଇଛନ୍ତି ଏବଂ ୪ଜଣ ଯବାନ ଆହତ ହୋଇଛନ୍ତି। ଆମେ ରାତିରେ ସେ ଅଞ୍ଚଳକୁ କର୍ଡନ୍‌ କରିଥିଲୁ। ଏବେ ମଧ୍ୟ ସେ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଚାଲିଛି। ଆତଙ୍କବାଦୀମାନେ ଗୋଟାଏ ଘରେ ଆତ୍ମଗୋପନ କରିଥିବା ପରି ମନେହେଉଛି।

ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ଅହମଦ୍‌’ର ଅନ୍ୟୂନ ୨ଜଣ ଆତଙ୍କବାଦୀ ମହଜୁଦ ଥିବା ବିଷୟରେ ସୁନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏନ୍‌କାଉଣ୍ଟର୍‌ ବଳବତ୍ତର ରହିଛି। ସମ୍ଭବତଃ ଦୁଇଜଣ ‘ଜୈଶ୍‌’ ଆତଙ୍କବାଦୀ ଫସି ରହିଛନ୍ତି। ପୁଲିସର ‘ସ୍ପେସାଲ୍‌ ଅପରେସନ୍‌ସ୍‌ ଗ୍ରୁପ୍‌’ ଏବଂ ‘ସିଆର୍‌ପିଏଫ୍‌’ ମିଳିତ ଭାବେ ଏହି ତଲାସ ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe