ଭାରତ-ଚୀନ ସୀମା ବିବାଦ: ବିଳମ୍ବିତ ରାତିରେ ପୁଣି ଗୁଳିି ବିନିମୟ, ଭାରତକୁ ଦାୟୀ କଲା ଚୀନ

Advertisment
ଭାରତ-ଚୀନ ସୀମା ବିବାଦ: ବିଳମ୍ବିତ ରାତିରେ ପୁଣି ଗୁଳିି ବିନିମୟ, ଭାରତକୁ ଦାୟୀ କଲା ଚୀନ

www.indiatoday.in

ନୂୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ସେନା ଏବେ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୁଣି ଥରେ ମୁହାଁମୁହିିଁ ହୋଇଛନ୍ତି ଭାରତୀୟ ଓ ପିଏଲ୍‌ଏ ଯବାନ। ହ୍ରଦ ନିକଟରେ ଦୁଇ ପକ୍ଷ ଭିତରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଚୀନ ପ୍ରଥମେ ତା’ ଆଡୁ ଭାରତୀୟ ପୋଷ୍ଟ୍‌ରେ ଖୋଲାଖୋଲି ଭାବେ ଗୁଳି ଚାଳନା କରିବା ପରେ ଭାରତୀୟ ସେନା ତାହାର ଜବାବରେ ପାଲଟା ଗୁଳି ଚାଳନା କରି ଚେତାବନୀ ଦେଇଛି। ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍‌ଏସି)ଠାରେ ଘଟିଥିବା ଏହି ସାମୟିକ ଗୁଳିି ବିନିମୟକୁ ଉଚିତ ସମୟରେ ନିୟନ୍ତ୍ରଣକୁ ଅଣାଯାଇଛି।

ତେବେ, ଏହି ଗୁଳି ବିନିମୟ ପାଇଁ ଭାରରତକୁ ଦାୟୀ କରିଛି ଚୀନ ସେନା। ପିଏଲ୍‌ଏ ଏକ ବିବୃତି ଜାରି କରି କହିଛି ଯେ ‘ସେପ୍ଟେମ୍ବର ୭ ତାରିଖରେ ଭାରତୀୟ ସେନା ବେଆଇନ ଭାବେ ସୀମା ପାର କରି ଚୀନ-ଭାରତୀୟ ସୀମାର ପଶ୍ଚିମ ଭାଗ ବାଙ୍ଗୋଙ୍ଗ ହୁନାନରେ ପ୍ରବେଶ କରିଥିଲା। ତେବେ ଏ ନେଇ ଭାରତୀୟ ସେନାର ସରକାରୀ ବିବୃତିକୁ ଅପେକ୍ଷା କରାଯାଇଛି।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅଗଷ୍ଟ ୧୫ ପରଠାରୁ ଏପରି ଗୁଳି ବିନିମୟ ଦ୍ବିତୀୟ ଥର ପାଇଁ ଘଟିଛି।

publive-image
DNA India

ଉଲ୍ଲେଖଯୋଗ୍ୟ, ମସ୍କୋଠାରେ ଗତ ୫ ତାରିଖରେ ସାଂଘାଇ ସହଯୋଗ ସଂଘ (ଏସ୍‌ସିଓ) ବୈଠକରେ ଯୋଗଦେବା ପରିପ୍ରେକ୍ଷୀରେ ଭାରତ ଓ ଚୀନର ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ ହୋଇଥିଲା। ଉତ୍ତେଜନାକୁ ହ୍ରାସ କରିବା ପାଇଁ ଏହି ବୈଠକରେ ଦୁଇ ପକ୍ଷ କୌଣସି ନିଷ୍କର୍ଷରେ ପହଞ୍ଚି ପାରି ନଥିଲେ। ଅର୍ଥାତ୍ ଆଲୋଚନା ଏକପ୍ରକାର ବିଫଳ ହୋଇଛି। ତେବେ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ ପରେ ଆସନ୍ତା ୧୦ ତାରିଖରେ ଦୁଇ ଦେଶର ବୈଦେଶିକମନ୍ତ୍ରୀସ୍ତରୀୟ ବୈଠକ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe