ଚୀନ୍‌ର ଦାବି: ଅଧିକାଂଶ ସ୍ଥାନରୁ ସୈନ୍ୟ ଅପସାରଣ ସରିଲାଣି: ୫ମ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି

ଚୀନ୍‌ର ଦାବି: ଅଧିକାଂଶ ସ୍ଥାନରୁ ସୈନ୍ୟ ଅପସାରଣ ସରିଲାଣି: ୫ମ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି

Image Courtesy of Rediff.com

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାର ଅଧିକାଂଶ ସ୍ଥାନରୁ ସୈନ୍ୟ ଅପସାରଣ ସରିଛି ଏବଂ ଘଟଣାସ୍ଥଳରେ ପରିସ୍ଥିତି ସ୍ବାଭାବିକ ହେଉଛି ବୋଲି ବେଜିଙ୍ଗ୍ ମଙ୍ଗଳବାର ଦିନ ଦାବି କରିଛି।

ବାସ୍ତବ ନିୟନ୍ତ୍ରଣ ରେଖା ଏବଂ ସୀମାନ୍ତ ଅଞ୍ଚଳରୁ ଯଥା ଶୀଘ୍ର ସୈନ୍ୟ ଅପସାରଣ ନିମନ୍ତେ ଗତ ପର୍ଯ୍ୟାୟରେ ହୋଇଥିବା କୂଟନୈତିକ ଆଲୋଚନାରେ ଭାରତ କହିଥିଲା। ଚୀନ୍ କହିଥିଲା ଯେ ଏହି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ସଂର୍ଘଷ ଜୋନ୍‌ରୁ ସୈନ୍ୟ ଖାଲି କରାଯିବା ସହ ଗଲ୍‌ୱାନ୍‌ ଉପତ୍ୟକାରେ ସୈନ୍ୟ ସମାଗମ ହ୍ରାସ ପାଇଛି। କିନ୍ତୁ, ପାଙ୍ଗୋଙ୍ଗ୍ ହ୍ରଦ ଏବଂ ଦେସ୍‌ପାଙ୍ଗ୍ ଅଞ୍ଚଳରେ ପୂର୍ବାବସ୍ଥା ଜାରି ରହିଛି।

publive-image Image Courtesy of The Indian Express

ଅଧିକାଂଶ ସ୍ଥାନରୁ ସୀମାନ୍ତ ସୈନ୍ୟ ଅପସାରିତ ହୋଇ ସାରିଥିବାରୁ କ୍ଷେତ୍ରବିଶେଷରେ ଉତ୍ତେଜନା ହ୍ରାସ ପାଉଛି ବୋଲି ବେଜିଙ୍ଗ୍‌ରେ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ୱେନ୍‌ବିଙ୍ଗ୍‌ କହିଛନ୍ତି। ଚୀନ୍ କରିଥିବା ଏ ଭଳି ଦାବି ସଂକ୍ରାନ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ହଠାତ୍ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। କିନ୍ତୁ, ଭାରତ ଚୀନ୍‌ କରିଥିବା ଦାବିକୁ ଖଣ୍ଡନ କରିଛି ବୋଲି ବେଜିଙ୍ଗ୍‌ର ଏକ ରିପୋର୍ଟରୁ ଜଣାପଡ଼ିଛି।

ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ’ ରିପୋର୍ଟକୁ ଆଧାର କରି ଜଣେ ସାମ୍ବାଦିକ ଚୀନ୍‌ ମୁଖପାତ୍ରଙ୍କୁ ପଚାରିଥିଲେ ଯେ, ପାଙ୍ଗୋଙ୍ଗ୍‌କୁ ଛାଡ଼ି ଗଲ୍‌ୱାନ୍ ଉପତ୍ୟକା, ହଟ୍‌ ସ୍ପ୍ରିଙ୍ଗ୍ ଏବଂ କୋଙ୍ଗ୍‌କା ଘାଟିରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ହୋଇଥିବା କଥା ସତ ନା, ନୁହେଁ। ମୁଖପାତ୍ରଜଣକ କହିଲେ, ତାହାର ସମାଧାନ ଲାଗି ଦୁଇ ଦେଶ ସମ୍ପ୍ରତି ପଞ୍ଚମ ପର୍ଯ୍ୟାୟ କମାଣ୍ଡର୍-ସ୍ତରୀୟ ଅଲୋଚନା କରିବାକୁ ପ୍ରସ୍ତୁତି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe