ଟିଆର୍‌ପି ଦୁର୍ନୀତି: ରିପବ୍ଲିକ୍‌ ଟିଭି ସିଇଓଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ଟିଆର୍‌ପି ଦୁର୍ନୀତି: ରିପବ୍ଲିକ୍‌ ଟିଭି ସିଇଓଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

New Indian Express

ମୁମ୍ବାଇ : ଟିଆର୍‌ପି ଦୁର୍ନୀତି ଘଟଣାରେ ଆଜି ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ପୁଲିସ ରିପବ୍ଲିକ୍‌ ଟିଭି ସିଇଓ ବିକାଶ ଖାନ୍‌ଚାନ୍ଦାନିଙ୍କୁ ଗିରଫ କରିଛି। ଆଜି ପୂର୍ବାହ୍ନରେ ଖାନ୍‌ଚାନ୍ଦାନିଙ୍କୁ ତାଙ୍କ ବାସଭବନରୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ସୂଚନାଯୋଗ୍ୟ, ମିଥ୍ୟା ଟିଆର୍‌ପି ମାମଲାରେ ଏ ଯାଏ ମୁମ୍ବାଇ ପୁଲିସ ୧୨ ଜଣଙ୍କୁ ଗିରଫ କରିସାରିଲାଣି। ଗତ ସପ୍ତାହରେ ରିପବ୍ଲିକ ଟିଭି ସିଓଓ ପ୍ରିୟା ମୁଖାର୍ଜୀଙ୍କୁ ସେସନ୍‌ସ କୋର୍ଟ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥିଲା। ମୁମ୍ବାଇ ପୁଲିସ ଟିଆର୍‌ପି ଦୁର୍ନୀତିରେ ସମ୍ପୃକ୍ତ ରିପବ୍ଲିକ ଟିଭି ସମେତ ଫକ୍‌ତ ମରାଠି, ବକ୍ସ ସିନେମା, ନ୍ୟୁଜ୍‌ ନେସନ, ମହାମୁଭିସ ଏବଂ ୱାଓ ମ୍ୟୁଜିକ୍‌ ଚ୍ୟାନେଲ୍‌ ବିରୋଧରେ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe