ରିପବ୍ଲିକ୍‌ ଟିଭିକୁ ଆଇବିଏଫ୍‌ ‌ସଦସ୍ୟ ପଦରୁ ନିଲମ୍ବନ କରିବାକୁ ବାର୍କ ନିକଟରେ ଦାବି କଲା ଏନବିଏ

Advertisment
ରିପବ୍ଲିକ୍‌ ଟିଭିକୁ ଆଇବିଏଫ୍‌ ‌ସଦସ୍ୟ ପଦରୁ ନିଲମ୍ବନ କରିବାକୁ ବାର୍କ ନିକଟରେ ଦାବି କଲା ଏନବିଏ

ନୂଆଦିଲ୍ଲୀ: ରିପବ୍ଲିକ୍‌ ଟିଭିର ପ୍ରତି‌ଷ୍ଠାତା ତଥା ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଟିଭି ରେଟିଂ ପ୍ରଦାନକାରୀ ସଂସ୍ଥା ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍‌ସଆପ୍‌ ଚାଟ୍‌ ବା ବାର୍ତ୍ତା ଆଦାନପ୍ରଦାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ନେଇ ନ୍ୟୁଜ୍‌ ବ୍ରଡ୍‌କାଷ୍ଟର ଆସୋସିଏସନ୍‌(ଏନବିଏ)  ପକ୍ଷରୁ ଏକ ବିବୃତିରେ କୁହାଯାଇଛି କି ‘ଅର୍ଣ୍ଣବ ଗୋସ୍ବାମୀ ଓ ବାର୍‌କ ସିଇଓଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍‌ସଆପ୍‌ ଚାଟ୍‌ ଦେଖିବା ପ‌ରେ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଛି। ଏହି ଚାଟ୍‌ ଦେଖିବା ପରେ ସେମାନେ କିପରି ଭାବେ ଟିଆର୍‌ପି ଦୁର୍ନୀତିରେ ଲିପ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇଛି। ଫଳରେ ଅନ୍ୟ ଚ୍ୟାନେଲ୍‌ଗୁଡ଼ିକୁ ଅନେକ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି।’

ଏଣୁ ଏନବିଏ ପକ୍ଷରୁ ଦାବି ହୋଇଛି ଯେ ରିପବ୍ଲିକ୍‌ ଟିଭିକୁ ଆଇବିଏଫ୍‌ ‌ସଦସ୍ୟ ପଦରୁ ତୁରନ୍ତ ନିଲମ୍ବନ କରାଯାଉ। ଏନ୍‌ବିଏ ବୋର୍ଡ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ରିପବବ୍ଲିକ୍‌ ଟିଭିର ‌ରେଟିଂ ହେରଫେର ପୂରା ବ୍ରଡକାଷ୍ଟ୍‌ ଇଣ୍ଡଷ୍ଟ୍ରିର ସମ୍ମାନହାନୀ କରିଛି। ଏହି କାରଣରୁ ଅନ୍ତିମ ଅଦାଲତ ଆଦେଶ ପର୍ଯ୍ୟନ୍ତ ଏହାକୁ ବାର୍କ ରେଟିଂ ପ୍ରଣାଳୀରୁ ଦୂରେଇ ରଖିବା ଉଚିତ।

ଉଲ୍ଲେଖଯୋଗ୍ୟ, ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଏକାଧିକ ବାର୍ତ୍ତାଳାପରେ ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁ, ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ବେଳର ଖବର ପ୍ରସାରଣ ପାଇଁ ରିପବ୍ଲିକ ଭାରତ ଚ୍ୟାନେଲ କିଭଳି ପ୍ରସ୍ତୁତ ଥିଲା ଏବଂ ଏହାର ଫାଇଦା କିଭଳି ନେଇଛି ତାହା ଅର୍ଣ୍ଣବ ସେସବୁ ଚାଟ୍‌ରେ ଦାବି କରିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଅନେକ କଥା ହୋଇଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଅର୍ଣ୍ଣବଙ୍କଠାରୁ ଦାସଗୁପ୍ତା ବ୍ୟକ୍ତିଗତ ଅନୁଗ୍ରହ ମଧ୍ୟ ଚାହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe