ରାଷ୍ଟ୍ରପତି ନିର୍ବାଚନ ସମ୍ବନ୍ଧୀୟ ମମତାଙ୍କ ନେତୃତ୍ବାଧୀନ ବିରୋଧୀ ଦଳ ବୈଠକରେ ଯୋଗ ଦେବେନି ‘ଟିଆର୍‌ଏସ୍‌’ ଓ ‘ଆପ୍‌’

Advertisment
ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଡ଼ିଏନଏ ବଦଳେ ନାହିଁ, ଟିଆରଏସକୁ ଟାର୍ଗେଟ କରି ଏଭଳି କହିଲେ କଂଗ୍ରେସ ନେତା

Image Courtesy of NDTV

ନୂଆଦିଲ୍ଲୀ: ଦେଶରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡକାଇଥିବା ବିରୋଧୀ ଦଳମାନଙ୍କର ବୈଠକରେ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ (ଟିଆର୍‌ଏସ୍‌) ଏବଂ ‘ଆମ୍‌ ଆଦ୍‌ମି ପାର୍ଟି’ (ଆପ୍‌) ଯୋଗ ଦେବେନାହିଁ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ସୂତ୍ର ଅନୁସାରେ, ‘ଟିଆର୍‌ଏସ୍‌’ କଂଗ୍ରେସ ସହିତ ଗୋଟିଏ ମଞ୍ଚରେ ବସିବାକୁ ଅନିଚ୍ଛୁକ। ସେହିପରି, ବୈଠକରେ ଯୋଗ ନ ଦେବାକୁ କହି, ‘ଆପ୍‌’ କହିଛି, ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ସରିଲେ ଯାଇ ବିରୋଧୀ ଦଳଙ୍କ କଥା ବିଚାରକୁ ନିଆଯିବ।

‘ବିଜେପି’କୁ ପରାସ୍ତ କରିବା ଲକ୍ଷ୍ୟରେ ଉଭୟ ‘ତୃଣମୂଳ କଂଗ୍ରେସ’ ଏବଂ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ଏକତ୍ର ହୋଇଥିଲେ ବି ଆଜିର ସଭାରେ କଂଗ୍ରେସର ଉପସ୍ଥିତିକୁ ‘ଟିଆର୍‌ଏସ୍‌’ ସହ୍ୟ କରି ପାରୁନାହିଁ। କଂଗ୍ରେସକୁ ଆମନ୍ତ୍ରଣ କରାଯାଇଥିବାରୁ ‘ଟିଆର୍‌ଏସ୍‌’ ଘୋର ଆପତ୍ତି ଉଠାଇ ଏକ ବିବୃତିରେ କହିଛି, କଂଗ୍ରେସ ସହିତ କୌଣସି ବୈଠକରେ ଏକତ୍ର ହେବା ଅସମ୍ଭବ।

publive-image Image Courtesy of India Today

ସୂଚନାଯୋଗ୍ୟ, ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ରଣକୌଶଳ ନିର୍ଦ୍ଧାରଣ କରିବା ଲାଗି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଦ୍ବାରା ଆହୂତ ବୈଠକରେ ବିରୋଧୀ ଦଳର ନେତୃବୃନ୍ଦ ଯୋଗ ଦେବାକୁ ବାହାରିଛନ୍ତି।

ମଙ୍ଗଳବାର ଦିନ ଦିଲ୍ଲୀରେ ଅବତରଣ କରିବା ପରେ ମମତା ବାନାର୍ଜୀ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର ମୁଖ୍ୟ ଶରଦ ପୱାର୍‌ଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ହେବା ପାଇଁ ବାନାର୍ଜୀ ତାଙ୍କୁ ସାକ୍ଷାତ ସମୟରେ କହିଥିଲେ। କିନ୍ତୁ, ରାଜନୀତିରେ ନିଷ୍କ୍ରିୟ ରହିବ‌େ କହି ସେ ମମତାଙ୍କ ପ୍ରସ୍ତାବକୁ ସ୍ବୀକାର କରି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe