ଟ୍ରକ୍‌-ବୋଲେରୋ ଧକ୍କା, ୯ ମୃତ

Advertisment

ପଂଜାବର ଫିରୋଜପୁରରେ  ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ  ଘଟିଛି ଏବଂ ୧୧ ଜଣ ଆହତ ହୋଇଛନ୍ତି। ଫିରୋଜପୁର ଜିଲ୍ଲାର ଗାଓଁ ମୋହନଠାରେ ଏକ ବୋଲେରୋ ପିକ୍‌ ଅପ୍‌ ଭ୍ୟାନ୍‌କୁ ଏକ କଣ୍ଟେନର ଟ୍ରକ୍‌ ପ୍ରଚଣ୍ଡ ଧକ୍କା ଦେଇଥିଲା।

ପଂଜାବର ଫିରୋଜପୁରରେ  ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ  ଘଟିଛି ଏବଂ ୧୧ ଜଣ ଆହତ ହୋଇଛନ୍ତି। ଫିରୋଜପୁର ଜିଲ୍ଲାର ଗାଓଁ ମୋହନଠାରେ ଏକ ବୋଲେରୋ ପିକ୍‌ ଅପ୍‌ ଭ୍ୟାନ୍‌କୁ ଏକ କଣ୍ଟେନର ଟ୍ରକ୍‌ ପ୍ରଚଣ୍ଡ ଧକ୍କା ଦେଇଥିଲା।

wqr

ଭଟିଣ୍ଡା: ପଂଜାବର ଫିରୋଜପୁରରେ  ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ  ଘଟିଛି ଏବଂ ୧୧ ଜଣ ଆହତ ହୋଇଛନ୍ତି। ଫିରୋଜପୁର ଜିଲ୍ଲାର ଗାଓଁ ମୋହନଠାରେ ଏକ ବୋଲେରୋ ପିକ୍‌ ଅପ୍‌ ଭ୍ୟାନ୍‌କୁ ଏକ କଣ୍ଟେନର ଟ୍ରକ୍‌ ପ୍ରଚଣ୍ଡ ଧକ୍କା ଦେଇଥିଲା। ରିପୋର୍ଟ ଅନୁଯାୟୀ ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ୨୦ ଜଣ‌ ଲୋକ ଯେଉଁମାନେ ମୁଖ୍ୟତଃ ୱେଟର ଭାବେ କାମ କରନ୍ତି ‌ସେମାନେ ଏହି ଦୁର୍ଘଟଣା ସମୟରେ ବୋଲେରୋରେ  ଯାତ୍ରା କରୁଥି‌ଲେ।

ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୬ ଜଣଙ୍କୁ ଫରିଦକୋଟ ହସ୍ପିଟାଲ୍‌ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଜଲାଲାବାଦ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସୂଚନାନୁଯାୟୀ, ପ୍ରଥମେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଆହତଙ୍କୁ ହସ୍ପିଟାଲ୍‌ ନେଇଥିଲେ।    ଇତିମଧ୍ୟରେ ଫିରୋଜପୁର ଉପ କମିସନର ଜିଲ୍ଲା ଅଧିକାରୀମାନଙ୍କୁ ଘଟଣା ସ୍ଥଳରେ ଏବଂ ବିଭିନ୍ନ ହସ୍ପିଟାଲ୍‌ରେ ପହଞ୍ଚି ଆହତଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe