ରାସ୍ତାରେ ଓଲଟି ପଡ଼ିଥିବା ଟମାଟୋ ବୋଝେଇ ଟ୍ରକର ଆହତ ଚାଳକଙ୍କ ପ୍ରତିକ୍ରିୟା

Advertisment

ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇ ରାସ୍ତାକୁ ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ। ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଚାଳକଙ୍କ ପ୍ରତିକ୍ରିୟା।

ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇ ରାସ୍ତାକୁ ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ। ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଚାଳକଙ୍କ ପ୍ରତିକ୍ରିୟା।

eùeZ


ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଟମାଟୋ ବୋଝେଇ ଟ୍ରକ ଉତ୍ତରପ୍ରଦେଶର ଏକ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାର ଶିକାର ହେବାପରେ ଓଲଟି ପଡ଼ିଥିବା ଟ୍ରକରୁ ବିପୁଳ ପରିମାଣର ଟମାଟୋ ରାସ୍ତାରେ ବିଛେଇ ହୋଇପଡ଼ିଥିଲା। ଏହି ଟମାଟୋକୁ ରାତିସାରା ପୁଲିସ ଜଗି ରହିଥିବାର ଏକ ଘଟଣା ସାମ୍ନାକୁ ଆସିଛି।  

ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି, ‘ବର୍ତ୍ତନମାନ ସମୟରେ ଟମାଟୋ ଦର କିଲୋପିଛା ୮୦ଟଙ୍କା ରହିଛି। ଏଭଳି ପରିସ୍ଥିତିରେ ରାସ୍ତାରେ ଟମାଟୋ ବୋଝେଇ ଟ୍ରକ ଓଲଟି ପଡ଼ିବା ଖବର ପାଇବା ପରେ ସ୍ଥାନୀୟଲୋକଙ୍କ ଭିଡ଼ ଜମିଥିଲା। କିନ୍ତୁ ଆମେ ସେମାନଙ୍କୁ ଆସିବାକୁ ଅନୁମତି ‌ଦେଇ ନଥିଲୁ। କାରଣ ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହି ରାସ୍ତାରେ ଅନେକ ଯାନବାହାନ ଯାତାୟାତ କରୁଥିଲା। 

ଏଭଳି ପରିସ୍ଥିତିରେ ସ୍ଥାନୀୟଲୋକଙ୍କୁ ଯଦି ବିଛାଇ ହୋଇପଡ଼ିଥିବା ଟମାଟୋ ଗୋଟେଇବାକୁ ଅନୁମତି ଦେଇଥାଆନ୍ତୁ ତେବେ ରାସ୍ତାରେ ଭିଡ଼ ଲାଗି ରହିଥାଆନ୍ତା। ଏମିତି ବି ରାତି ହୋଇଯାଇଥିଲା। ଏହା ଦ୍ବାରା ଯାତାୟାତରେ ଅସୁବିଧା ହୋଇଥାଆନ୍ତା। ଲୋକେ ଟମାଟୋ ଗାଟେଇବାରେ ବ୍ୟସ୍ତ ରହିଥାଆନ୍ତେ କେଉଁ ଗାଡ଼ି ରାସ୍ତାରେ ଯାଉଛି କି ଆସୁଛି ଧ୍ୟାନ ଦେଇ ନଥାଆନ୍ତେ। ଯଦ୍ବାରା ଦୁର୍ଘଟଣାର ଘଟିବାର ସମ୍ଭାବନା ଥିଲା। ତେଣୁ ଦୁର୍ଘଟଣାସ୍ଥଳକୁ ସିଲ କରି ଆମେ ରାତିସାରା ଜଗି ରହିଥିଲୁ।

ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଟ୍ରକ ଚାଳକ ଅର୍ଜୁନ କହିଛନ୍ତି ଯେ, ଟ୍ରକ ସାମ୍ନାକୁ ଏକ ଗାଈ ଚାଲିଆସିଥିଲା। ମୁଁ ଜଣେ ମହିଳା ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ରାସ୍ତାରେ ଟ୍ରକଟି ଓଲଟି ପଡ଼ିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe