ସ୍କୁଟିକୁ ଧକ୍କା ଦେଇ ଘୋଷାରି ନେଲା ଟ୍ରକ୍; ୬ ବର୍ଷର ଶିଶୁ ଓ ଜେଜେବାପା ମୃତ

ସ୍କୁଟିକୁ ଧକ୍କା ଦେଇ ଘୋଷାରି ନେଲା ଟ୍ରକ୍; ୬ ବର୍ଷର ଶିଶୁ ଓ ଜେଜେବାପା ମୃତ

Latestly

ନୂଆଦିଲ୍ଲୀ : ଆଉ ଏକ ହିଟ୍-ଆଣ୍ଡ୍-ଡ୍ରାଗ୍ ଘଟଣା ଘଟିଛି ଉତ୍ତରପ୍ରଦେଶର ମହୋବା ଅଞ୍ଚଳରେ। ଛଅ ବର୍ଷର ନାତି ସାତ୍ତ୍ବିକକୁ ପଛରେ ବସାଇ ଜେଜେବାପା ସ୍କୁଟିରେ ଯାଉଥିବା ବେଳେ ଏକ ଡମ୍ପର ଟ୍ରକ୍ ତାଙ୍କୁ ଧକ୍କା ଦେଇ ୨ କିମି ଘୋଷାରି ନେଇଥିଲା। ଏଥିରେ ନାତି ସାତ୍ତ୍ବିକ ସହ ଜେଜେବାପା ୬୭ ବର୍ଷୀୟ ଉଦିତ ନାରାୟଣ ଚାନସୋରିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜେଜେ-ନାତି ବଜାରକୁ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା।

ଏଥିରେ ଜେଜେ ଉଦିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ନାତି ସାତ୍ତ୍ବିକ ଓ ସ୍କୁଟିକୁ ଟ୍ରକ୍‌ଟି ୨ କିମି ଘୋଷାରି ନେଇଥିଲା। କାନପୁର-ସାଗର ହାଇୱେ ଏନ୍‌ଏଚ୍୮୬ରେ ଏହି ଘଟଣା ଘଟିଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏଥିରେ ଦେଖିବାକୁ ମିଳୁଛି,ଲୋକମାନେ ଟ୍ରକ୍ ଡ୍ରାଇଭରକୁ ସଚେତନ କରାଇଥିଲେ ମଧ୍ୟ ସେ ଗାଡ଼ି ଅଟକାଇ ନ ଥିଲା। ଶେଷରେ ବାଇକରେ ଲୋକମାନେ ଟ୍ରକ୍‌ର ପିଛା କରିବା ସହ ଟେକାପଥର ଫୋପାଡ଼ିବାରୁ ଦୁଇ କିମି ପରେ ସେ ଟ୍ରକ୍ ଅଟକାଇଥିଲା। ସ୍ଥାନୀୟ ଲୋକମାନେ ଟ୍ରକ୍ ଡ୍ରାଇଭରକୁ ମାଡ଼ ମାରିଥିଲେ। ପୁଲିସ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe