ବର୍ଷକ ପରେ ୧୭୦୦ କିଲୋମିଟର ଅତିକ୍ରମ କରି ଲକ୍ଷ୍ୟସ୍ଥଳରେ ପହଁଚିଲା ଏହି ଟ୍ରକ

Advertisment
ବର୍ଷକ ପରେ ୧୭୦୦ କିଲୋମିଟର ଅତିକ୍ରମ କରି ଲକ୍ଷ୍ୟସ୍ଥଳରେ ପହଁଚିଲା ଏହି ଟ୍ରକ

photo-ANI

ମୁମ୍ବାଇ: ୧୭୦୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଲାଗିଲା ବର୍ଷକରୁ ଅଧିକ ସମୟ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସମ୍ପୂର୍ଣ୍ଣ ସତ | ସୋସିଆଲ ମିଡିଆରେ ଏବେ ଏହି ଟ୍ରକର ଫଟୋ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ଏଥିରେ ମୋଟ ୩୮ଟି ଚକ ଅଛି ଏବଂ ୧୭୦୦ କିଲୋମିଟର ଯାତ୍ରା କରିବା ପରେ ଏହା ଆଜି କେରଳର ତିରୁବନନ୍ତପୁରମରେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ପହଞ୍ଚିଛି | ଏକ ଏରୋସ୍ପେସ୍ ଭୂସମାନ୍ତର ଅଟୋକ୍ଲେଭ୍ ନେଇ ଏକ ଟ୍ରକ୍ ମହାରାଷ୍ଟ୍ରରୁ ୯ ଜୁଲାଇ ୨୦୧୯ ରେ ତିରୁବନନ୍ତପୁରମର ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର ଅଭିମୁଖେ ବାହାରିଥିଲା |

publive-image photo-ANI

କର୍ମଚାରୀଙ୍କ କହିବା ମୁତବକ ଜୁଲାଇ ୨୦୧୯ ରେ ଆରମ୍ଭ ହୋଇଥିବା ଏହି ଯାତ୍ରା ୪ଟି ରାଜ୍ୟ ଅତିକ୍ରମ କରି ପହଂଚିଛି | ୭୮ ଟନ୍ ଓଜନ ବହନ କରୁଥିବା ଏହି ଟ୍ରକର ସୁରକ୍ଷାକୁ ଧ୍ୟାନରେ ରଖି ପୁଲିସ ଗାଡି ଏହି ଟ୍ରକ୍ ସହିତ ଯାଉଥିଲା | କେବଳ ଏତିକି ନୁହେଁ, ଯେଉଁ ରାସ୍ତାରେ ଟ୍ରକଟି ଯିବାର ଥିଲା ସେହି ରାସ୍ତାକୁ ମରାମତି କରାଯାଇଥିଲା |

ଏରୋସ୍ପେସ୍ ଭୂସମାନ୍ତର ଅଟୋକ୍ଲେଭ୍ ଯେଭଳି କୌଣସି ସ୍ଥାନରେ ନ ବାଜେ ସେଥିପାଇଁ ଗଛ କଟାଯିବା ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ହଟାଯାଇଥିଲା | ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରର ଜଣେ ଅଧିକାରୀ କହିଛନ୍ତି ଯେ ଏହି ମେସିନ୍ ଅଲଗା ହୋଇପାରିବ ନାହିଁ | ତେଣୁ ଏତେ ବଡ ଟ୍ରକ୍ ସହିତ ଏହି ମେସିନ୍ ଆଣିବାକୁ ଚିନ୍ତା କରାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe