ଟ୍ରକ୍‌ ଚାଳକଙ୍କ ପ୍ରତିବାଦ: କାନଡାରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଭାରତର ପରାମର୍ଶ

Advertisment
ଟ୍ରକ୍‌ ଚାଳକଙ୍କ ପ୍ରତିବାଦ: କାନଡାରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଭାରତର ପରାମର୍ଶ

Image Courtesy of India Today

ଅଟୱା: ବାଧ୍ୟତାମୂଳକ କୋଭିଡ୍‌ ଟିକା ନେବା ନିୟମ ବିରୋଧରେ ଟ୍ରକ୍‌ଚାଳକମାନ ପ୍ରତିବାଦ ଚଳାଇଥିବା ବେଳେ କାନଡାରେ ବସବାସ କରୁଥିବା ତା’ର ନାଗରିକମାନଙ୍କୁ ସତର୍କ ରହିବା ଲାଗି ଭାରତ ପରାମର୍ଶ ଦେଇଛି। ସେମାନେ ପ୍ରତିବାଦ ହେଉଥିବା ସ୍ଥାନଗୁଡ଼ିକୁ ନ ଯିବା ଏବଂ କର୍ଫ୍ୟୁ ସମେତ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ଜାରି କରିଥିବା ନିର୍ଦେଶାବଳୀ ମାନିବାକୁ ଭାରତ ତା’ର ନାଗରିକମାନଙ୍କୁ ଅନୁରୋଧ କରିଛି।

ଅଟୱାସ୍ଥିତ ଭାରତର ହାଇ କମିସନ୍‌ ମଙ୍ଗଳବାର ଦିନ ଜାରି କରିଥିବା ନିର୍ଦେଶାବଳୀରେ ଉଲ୍ଲେଖ ଅଛି, ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ କାନଡାରେ ଥିବା ଭାରତୀୟ ନାଗରିକ ଏବଂ କାନଡା ଯିବା ପାଇଁ ଯୋଜନା କରୁଥିବା ଭାରତୀୟମାନଙ୍କୁ ଏତଦ୍ଦ୍ବାରା ପରାମର୍ଶ ଦିଆଯାଉଛି କି, ସେମାନେ ମାତ୍ରାଧିକ ସତର୍କତା ଅବଲମ୍ବନ କରିବା ସହ ସଜାଗ ରୁହନ୍ତୁ।

publive-image Image Courtesy of Zee News

ପ୍ରତିବାଦ ପ୍ରଦର୍ଶନ ଏବଂ ଜନସମାଗମସ୍ଥଳକୁ ଯାଆନ୍ତୁ ନାହିଁ। କର୍ଫ୍ୟୁ ସମେତ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଜାରି କରିଥିବା ନିର୍ଦେଶାବଳୀ ମାନନ୍ତୁ। ଚାଲିଥିବା ପ୍ରତିବାଦ ଏବଂ ସେ ସଂକ୍ରାନ୍ତ ପରିସ୍ଥିତି ବିଷୟରେ ସୂଚନା ପାଇବା ଲାଗି ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ପଢ଼ନ୍ତୁ। ଏହାଛଡ଼ା, ଅଟୱାସ୍ଥିତ ଭାରତୀୟ ହାଇକମିସନ୍‌ରେ ଏକ ସ୍ବତନ୍ତ୍ର ଜରୁରୀକାଳୀନ ହେଲ୍‌ପ୍‌ଲାଇନ୍‌ (+୧)୬୧୩୭୪୪୩୭୬୧ ଜାରି କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି କାନଡାର ରାଜଧାନୀ ନଗର ଅଟୱା ଏବଂ ‌ଟରଣ୍ଟୋ ସମେତ ଆଉ କେତେକ ପ୍ରମୁଖ ସହରମାନଙ୍କରେ ରାସ୍ତା ଅବରୋଧ, ପ୍ରତିବାଦ ପ୍ରଦର୍ଶନ, ବିଶାଳ ଜନସମାବେଶ ଏବଂ ସାଧାରଣ ଧର୍ମଘଟ ଆଦି ପରିଲକ୍ଷିତ ହେଉଛି। ଏଥିପାଇଁ ଅଟୱାରେ ଜରୁରୀକାଳୀନ ପରିସ୍ଥିତି ଜାରି ‌ହୋଇଛି। ବାଧ୍ୟତାମୂଳକ ଟିକାକରଣ ଏବଂ କୋଭିଡ୍‌-୧୯ କଟକଣା ନ ହଟିବା ଯାଏଁ ପ୍ରତିବାଦ ପ୍ରଦର୍ଶନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe