ଟ୍ରୁଡୋଙ୍କ ସରକାର ରାଜନୈତିକ ସଙ୍କଟରେ : ୬୦ ସାଂସଦ ଇସ୍ତଫା ଦାବି କଲେ

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକ ବଡ ରାଜନୈତିକ ସଙ୍କଟରେ ଫସି ରହିଛନ୍ତି। ତାଙ୍କ ଇସ୍ତଫା ଦାବି ତୀବ୍ର ହୋଇଛି। ସୂଚନା ଅନୁଯାୟୀ, ୬୦ରୁ ୭୦ ସାଂସଦ ଚାହୁଁଛନ୍ତି ଯେ, ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ...

4azmnnc012

ଅଟୱା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକ ବଡ଼ ରାଜନୈତିକ ସଙ୍କଟରେ ଫସି ରହିଛନ୍ତି। ତାଙ୍କ ଇସ୍ତଫା ଦାବି ତୀବ୍ର ହୋଇଛି। ସୂଚନାନୁସାରେ, ୬୦ ରୁ ୭୦   କାନାଡିୟ ପାର୍ଲାମେଣ୍ଟ ସାଂସଦ ଚାହୁଁଛନ୍ତି ଯେ, ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ଦେଶରେ ତାଙ୍କର ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଉଛି। ଏହି ବିବାଦର ମୂଳ ଆମେରିକା ସହ ଜଡିତ ଏବଂ ଏହି କାରଣରୁ କାନାଡାର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର  ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସୂଚନାନୁସାରେ, ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  ଦ୍ବାରା ଶୁଳ୍କ ଲାଗୁ ଯୋଗୁ ଜଷ୍ଟିନ ଟ୍ରୁଡୋ ଏବଂ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଦେଇଥିଲା। ଫ୍ରିଲାଣ୍ଡଙ୍କ ଇସ୍ତଫା ଏକ ଅପ୍ରତ୍ୟାଶିତ ଝ ଟକା ବୋଲି ବିବେଚନା କରାଯାଉଛି। ଟ୍ରୁଡୋ ଏଥିପାଇଁ ପ୍ରସ୍ତୁତ ନ ଥିଲେ, ବର୍ତ୍ତମାନ କାନାଡାର ଟ୍ରୁଡୋ-ନେତୃତ୍ୱାଧୀନ ସରକାର ସଂଖ୍ୟାଲଘୁ ସ୍ଥିତିରେ ପହଞ୍ଚିଛନ୍ତି।

ନ୍ୟୁଜ୍ ଏଜେନ୍ସି ଏଏଫପି  ଅନୁଯାୟୀ, ଲିବରାଲ୍ ପାର୍ଟି ନେତା ଟ୍ରୁଡୋ କଞ୍ଜରଭେଟିବ୍ ପାର୍ଟି ନେତା ପିଆର ପୋଲିଭେୟରଙ୍କୁ ଏହି ସର୍ଭେରେ ୨୦ପ୍ରତିଶତ ପଛରେ ପକାଇ ଦେଇଛନ୍ତି। ରଏଟର୍ସ ଅନୁଯାୟୀ, ୨୦୧୫ ରେ କ୍ଷମତା ଗ୍ରହଣ କରିବା ପରେ ଟ୍ରୁଡୋ ପାଇଁ ସବୁଠାରୁ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି।   ଟ୍ରୁଡୋ କ୍ୟାବିନେଟର ଜଣେ ସଦସ୍ୟଙ୍କ ଏହା ହେଉଛି ପ୍ରଥମ ଖୋଲା ବିରୋଧ ଏବଂ ଏହି ପଦକ୍ଷେପ ପରେ ତାଭ୍କର ରାଜନୈତିକ ସ୍ଥିତି  ଦୁର୍ବଳ ହେବାର ସମ୍ଭାବନା ରହିଛି। ଫ୍ରିଲାଣ୍ଡଙ୍କ ସ୍ଥାନରେ କାନାଡାର ଜନ ସୁରକ୍ଷା ମନ୍ତ୍ରୀ ଡୋମିନିକ୍ ଲେବଲାଙ୍କଙ୍କୁ ଅର୍ଥମନ୍ତ୍ରୀ କରାଯାଇଛି।

ଅଧିକ ପଢ଼ନ୍ତୁ:

ବରିଷ୍ଠ ନାଗରିକଙ୍କ ପାଇଁ ସଞ୍ଜୀବନୀ ସ୍ୱାସ୍ଥ୍ୟ ଯୋଜନା ଘୋଷଣା କଲେ କେଜ୍ରିୱାଲ

 ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ନେତା ଜଗମିତ ସିଂ ମଧ୍ୟ ଟ୍ରୁଡୋଙ୍କ ଇସ୍ତଫା  ଦାବି କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜଷ୍ଟିନ ଇସ୍ତଫା ଦିଅନ୍ତୁ। କ୍ରିଷ୍ଟିଆଙ୍କ ଇସ୍ତଫା ପରେ ସେ ଏହି ଦାବି କରିଛନ୍ତି। ଗୃହରେ ହୋଇଥିବା ଆସ୍ଥା ଭୋଟରେ ଜଗମିତଙ୍କ ଦଳ ସଂଖ୍ୟାଲଘୁ ଲିବରାଲ୍ ପାର୍ଟିକୁ ବହୁଥର ସମର୍ଥନ କରିଛି।

ସୂଚନାଯୋଗ୍ୟ, ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ପର୍ଯ୍ୟାୟରେ ଗତି କରୁଛି। ଭାରତ କାନାଡା ଏବଂ ଜଷ୍ଟିନ ଟ୍ରୁଡୋ ସରକାରଙ୍କୁ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବାର ଅଭିଯୋଗ କରୁଛି। ଏହା ବ୍ୟତୀତ କାନାଡା କହିଛି ଯେ, ଭାରତ ସରକାର କାନାଡା ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି।

ଅଧିକ ପଢ଼ନ୍ତୁ:

'ପୁଷ୍ପା ୨’ ପ୍ରିମିୟର ସମୟରେ ଆହତ ହୋଇଥିବା ଶିଶୁକୁ ସୁସ୍ଥ ହେବାକୁ ସମୟ ଲାଗିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe