ଭିଏତ୍‌ନାମ୍‌ରେ ଟ୍ରମ୍ପ୍‌ ଏବଂ ପୁତିନ୍‌ଙ୍କ ଲୋକଦେଖାଣିଆ ସୌଜନ୍ୟ

Advertisment
ଭିଏତ୍‌ନାମ୍‌ରେ ଟ୍ରମ୍ପ୍‌ ଏବଂ ପୁତିନ୍‌ଙ୍କ ଲୋକଦେଖାଣିଆ ସୌଜନ୍ୟ

Image Courtesy of TOI

ଡାନାଙ୍ଗ୍‌: ଏସିଆ-ପେସିଫିକ୍‌ ଶିଖର ବୈଠକରେ ବହୁପ୍ରତୀକ୍ଷିତ ବକ୍‌ସ୍‌ ଅଫିସ୍‌ ଇଭେଣ୍ଟ୍‌- ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଭ୍ଲାଦିମିର ପୁତିନଙ୍କ ମଧ୍ୟରେ କଥାବାର୍ତ୍ତା- ଶନିବାର ଦିନ ଭିଏତ୍‌ନାମରେ ଦୁଇ ନେତାଙ୍କର ପରସ୍ପରକୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ ଭଳି ଅଣଆନୁଷ୍ଠାନିକ ଘଟନାରୁ ଆରମ୍ଭ ହୋଇଛି। ଆନୁଷ୍ଠାନିକ କଥାବାର୍ତ୍ତା କ’ଣ ହେବ ବୋଲି ସମଗ୍ର ବିଶ୍ୱ ଅନୁମାନ କରୁଛି।

କଥା ହେଲା, ରିସୋର୍ଟ ସହର ଡାନାଙ୍ଗ୍‌ରେ ଏପିଇସି ଶିଖର ବୈଠକ ସଙ୍ଗେ ସଙ୍ଗେ ଆମେରିକୀୟ ଏବଂ ରୁଷୀୟ ନେତା କୌଣସି ଆନୁଷ୍ଠାନିକ ବୈଠକରେ ଏକତ୍ର ହେବେ କି, ନାହିଁ। ଏବଂ ତାହା ବାଣିଜ୍ୟିକ ଆଲୋଚନା ଊର୍ଦ୍ଧ୍ୱକୁ ଯିବ କି, ନାହିଁ ସେ ବିଷୟରେ କୂଟନୈତିକ କଳ୍ପନା ଜଳ୍ପନା ଦେଖା ଦେଇଛି।

ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱର ପ୍ରଥମ ବର୍ଷରୁ ହିଁ ମସ୍କୋ ସହ ହ୍ଵାଇଟ୍‌ ହାଉସ୍‌ ମତଭେଦ ଦେଖା ଦେଇଥିଲା। ଏବେ ଭିଏତ୍‌ନାମ୍‌ରେ ଉଭୟ ନେତାଙ୍କ ମଧ୍ୟରେ ଲୋକ ଦେଖାଣିଆ ସୌଜନ୍ୟ ପ୍ରଦର୍ଶନ ଛଡ଼ା ଅନ୍ୟ କିଛି ସାରଗର୍ଭକ ଆଲୋଚନା ହୋଇ ନାହିଁ।

ଶିଖର ବୈଠକ ପାଇଁ ତିଆରି ଢିଲା ନୀଳ ଜାମା ପିନ୍ଧି ଫଟୋ ଉଠାଇବା ପାଇଁ ଉଭୟ ପାଖକୁ ପାଖ ଠିଆ ହେବା ବିଳମ୍ବିତ ଶୁକ୍ରବାର ଠାରୁ ଦୁହେଁ ଡାନାଙ୍ଗ୍‌ ଠାରେ ତିନି ଥର ଭେଟାଭେଟି ହେଲେଣି।

ଆଲୋଚନା ପାଇଁ ନେତାମାନେ ବସିବାବେଳେ ପୁଣି ଶନିବାର ସକାଳେ ଉଭୟ ନିବିଡ଼ ଭାବେ କରମର୍ଦ୍ଦନ କରିଥିଲେ ଏବଂ ଯୋଗଦାନକାରୀଙ୍କ ପରିବାର ଫଟୋ ଉତ୍ତୋଳନ ପାଇଁ ମଞ୍ଚକୁ ଚାଲି ଚାଲି ଯିବାବେଳେ ଉଭୟ କଥାବାର୍ତ୍ତା କରୁଥିଲେ।

ମସ୍କୋର ଶୀର୍ଷସ୍ତରୀୟ କୂଟନୀତିଜ୍ଞ ସର୍ଗେଇ ଲାଭ୍ରୋବ୍‌ ମଧ୍ୟ ଆମେରିକୀୟ କୂଟନୀତିଜ୍ଞ ରେକ୍ସ ଟିଲର୍‌ସନ୍‌ଙ୍କ ସହ ଆଲୋଚନା କରିଥିଲେ।
ଆଲୋଚନା ବାବଦରେ ବିସ୍ତତ ବିବରଣୀ ମାଗନ୍ତେ ଲାଭ୍ରୋବ୍‌ ଚିହିଙ୍କି ଉଠି କହିଥିଲେ, ମୁଁ ଦେଇ ପାରିବି, କିନ୍ତୁ ମୁଁ ଦେବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe