ସର୍ଜିଓ ଗୋର୍‌ଙ୍କୁ ଭାରତ ପାଇଁ ରାଷ୍ଟ୍ରଦୂତ କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଜଣେ ଅତି ଘନିଷ୍ଠ ରାଜନୈତିକ ସହଯୋଗୀ ସର୍ଜିଓ ଗୋର୍‌ଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି।  ଭାରତ ସହ ଆମେରିକାର ସମ୍ପର୍କ  ତିକ୍ତତା ଆଡ଼କୁ ମୁହାଁଇଥିବା ବେଳେ ଏଭଳି ସମୟରେ ଟ୍ରମ୍ପ....

sfsfsfxcxc

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଜଣେ ଅତି ଘନିଷ୍ଠ ରାଜନୈତିକ ସହଯୋଗୀ ସର୍ଜିଓ ଗୋର୍‌ଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି।  ଭାରତ ସହ ଆମେରିକାର ସମ୍ପର୍କ  ତିକ୍ତତା ଆଡ଼କୁ ମୁହାଁଇଥିବା ବେଳେ ଏଭଳି ସମୟରେ ଟ୍ରମ୍ପ ଗୋର୍‌ଙ୍କୁ ଭାରତର ରାଷ୍ଟ୍ରଦୂତ ନିଯୁକ୍ତ କରିବାକୁ ବି ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।  ୩୮ ବର୍ଷୀୟ ଗୋର୍ ରକ୍ଷଣଶୀଳ ରାଜନୀତିରେ ଖୁବ୍‌ ଶୀଘ୍ର ଉଚ୍ଚକୁ ଉଠି ହ୍ୱାଇଟ୍ ହାଉସ୍‌ରେ ଟ୍ରମ୍ପଙ୍କ ସବୁଠାରୁ ଶକ୍ତିଶାଳୀ ସହାୟକମାନଙ୍କ ମଧ୍ୟରୁ ଜଣେ ପାଲଟିଗଲେ।  ଗୋର୍‌ଙ୍କ ଶତ୍ରୁମାନଙ୍କ ମଧ୍ୟରେ ଟେକ୍‌ ବିଲିୟନେୟାର ଏଲନ ମସ୍କ ସାମିଲ ଅଛନ୍ତି। ଏକଦା ମସ୍କ ଗୋର୍‌ଙ୍କୁ ‘ସାପ’ ବୋଲି ଆଖ୍ୟା ଦେଇ କଡ଼ା ସମାଲୋଚନା କରିଥିଲେ। ଗୋର୍‌ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଆଇନ ଉଲ୍ଳଂଘନ କରିଛନ୍ତି ବୋଲି ମସ୍କ କହିଛନ୍ତ।  

ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଲେଖିଛନ୍ତି, ‘ବିଶ୍ୱର ସବୁଠାରୁ ଜନବହୁଳ ଅଞ୍ଚଳ ପାଇଁ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ମୋ ପାଖରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଉପରେ ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରିବି ଏବଂ ସେ ମୋର ଏଜେଣ୍ଡା ପୂରଣ କରିବାରେ ଏବଂ ଆମେରିକାକୁ ପୁଣି ଥରେ ମହାନ କରିବାରେ ସାହାଯ୍ୟ କରିପାରିବେ। ଗୋର୍‌ ଜଣେ ବିଶ୍ୱସନୀୟ ରାଷ୍ଟ୍ରଦୂତ ହେବେ ବୋଲି ଟ୍ରମ୍ପ ଲେଖିଛନ୍ତି।  ଗୋର୍‌ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ସ୍ୱତନ୍ତ୍ର ଦୂତର ଭୂମିକା ମଧ୍ୟ ଗ୍ରହଣ କରିବେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe