ଟ୍ରମ୍ପଙ୍କୁ ଗୁଳି ମାମଲା : ୟୁଏସ ସିକ୍ରେଟ୍ ସର୍ଭିସ ମୁଖ୍ୟଙ୍କ ଇସ୍ତଫା ଦାବି

Advertisment
ଟ୍ରମ୍ପଙ୍କୁ ଗୁଳି ମାମଲା : ୟୁଏସ ସିକ୍ରେଟ୍ ସର୍ଭିସ ମୁଖ୍ୟଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶନିବାର ଏକ ନିର୍ବାଚନୀ ରାଲିରେ ଆକ୍ରମଣ କରାଯାଇଛି। ଟ୍ରମ୍ପ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଏହା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। ଟ୍ରମ୍ପଙ୍କୁ ହତ୍ଯା କରିବାକୁ ଏହି ଆକ୍ରମଣ କରାଯାଇଥିଲା ବୋଲି ଏଫବିଆଇ ବୟାନ ଦେଇଛି ।

ଏଭଳି ସ୍ଥିତିରେ ଆମେରିକାର ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟଙ୍କ ବିଫଳତାକୁ ନେଇ ଏବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ଏହି ଘଟଣା ପୂର୍ବରୁ ରାଲିରେ ଉପସ୍ଥିତ କିଛି ଲୋକ ଘଟଣାସ୍ଥଳରେ ଉପସ୍ଥିତ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କୁ ଏପରି କିଛି ଘଟିପାରେ ବୋଲି ଆଶଙ୍କା କରିଥିଲେ, କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ଏବେ ଲୋକମାନେ ୟୁଏସ ସିକ୍ରେଟ୍ ସର୍ଭିସର ମୁଖ୍ୟ କିମ୍ବର୍ଲି ଏ. ଚେଟେଲଙ୍କ ଇସ୍ତଫା ଦାବି କରୁଛନ୍ତି। ଏପରିକି ଆମେରିକୀୟ ଶିଳ୍ପପତି ଏଲନ ମସ୍କ ବି ଚେଟେଲଙ୍କ ଇସ୍ତଫା ମାଗିଛନ୍ତି ।

ଟ୍ରମ୍ପଙ୍କ ରାଲିରେ ଗୁଳିକାଣ୍ଡ ଘଟଣାରେ ଜୁଲାଇ ୨୨ରେ ସାକ୍ଷ୍ୟ ଦେବାକୁ ଚେଟେଲଙ୍କୁ ଡକାଯାଇଛି। ଆମେରିକାର ସିକ୍ରେଟ୍ ସର୍ଭିସ୍ ହୋମଲାଣ୍ଡ ସିକ୍ୟୁରିଟି ବିଭାଗ ଅଧୀନରେ ଏକ ଅଲଗା ଏଜେନ୍ସି । ଏହି ଏଜେନ୍ସି ଆମେରିକା ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତିଙ୍କ ସୁରକ୍ଷା କରିଥାଏ । ସେହିପରି ଆମେରିକା ଗସ୍ତରେ ଆସୁଥିବା ଆମେରିକୀୟ ରାଜନେତା, ସେମାନଙ୍କ ପରିବାର ଏବଂ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସୁରକ୍ଷା ପାଇଁ ଏହା ଦାୟୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe