Advertisment

କ’ଣ ବଡ଼ ଘୋଷଣା କରିବେ ଟ୍ରମ୍ପ ?

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରାତି ଭାରତୀୟ ସମୟ ସାଢେ ୧୧ଟା ସମୟରେ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ରିପୋର୍ଟ ଆସିବା ପରେ ସାରା ବିଶ୍ବରେ ଉତ୍ସୁକତା ପ୍ରକାଶ ପାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରାତି ଭାରତୀୟ ସମୟ ସାଢେ ୧୧ଟା ସମୟରେ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ରିପୋର୍ଟ ଆସିବା ପରେ ସାରା ବିଶ୍ବରେ ଉତ୍ସୁକତା ପ୍ରକାଶ ପାଇଛି ।

trump

ଓ୍ବାସିଂଟନ :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରାତି ଭାରତୀୟ ସମୟ ସାଢେ ୧୧ଟା ସମୟରେ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ରିପୋର୍ଟ ଆସିବା ପରେ ସାରା ବିଶ୍ବରେ ଉତ୍ସୁକତା ପ୍ରକାଶ ପାଇଛି । ସମସ୍ତେ ଚାହିଛନ୍ତି ଯେ ଟ୍ରମ୍ପ କଣ ଘୋଷଣା କରିବେ । ସେ ଭାରତ କିମ୍ବା ଅନ୍ୟ କୌଣସି ଦେଶ ଉପରେ ଅଧିକ ଶୁଳକ ବସାଇବେ ଅଥବା ରୁଷ ବିରୋଧରେ ଏକ ବଡ଼ ପଦକ୍ଷେପ ନେବେ ? 

ଟ୍ରମ୍ପ ବାଣିଜ୍ୟ ନୀତି କିମ୍ବା ଶୁଳ୍କ ଉପରେ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି। ଏକ ଆମେରିକା କୋର୍ଟ ସମ୍ପ୍ରତି ଟ୍ରମ୍ପଙ୍କ ଶୁଳ୍କକୁ ଅବୈଧ ଘୋଷଣା କରିଛନ୍ତି, ଯାହା ପରେ ସେ ସୁପ୍ରିମକୋର୍ଟ ଯିବା ବିଷୟରେ କହିଛନ୍ତି। ରିପୋର୍ଟରେ ଦାବି କରାଯାଇଛି ଯେ ଟ୍ରମ୍ପ ପ୍ରଶାସନ ପୂର୍ବରୁ ଜାଣିଥିଲା ଯେ ଶୁଳ୍କ ଉପରେ କୋର୍ଟର ନିଷ୍ପତ୍ତି ସେମାନଙ୍କ ବିରୁଦ୍ଧରେ ଆସିପାରେ। ଏହି କାରଣରୁ, ଟ୍ରମ୍ପ ପ୍ରଶାସନ ଯୋଜନା ବି ପ୍ରସ୍ତୁତ କରିବା ଆରମ୍ଭ କରିସାରିଥିଲା।

କେତେକ ଚର୍ଚ୍ଚା ଅନୁସାରେ ସେ ଇସ୍ତଫା ଘୋଷଣା କରିପାରନ୍ତି । ଏ ନେଇ ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ଟ୍ରମ୍ପ ଅସୁସ୍ଥ ଅଛନ୍ତି ଓ ସେ ଇସ୍ତଫା ଦେଇପାରନ୍ତି । କିନ୍ତୁ ଏହା ଏକ ଗୁଜବ ବୋଲି ମନେହେଉଛି । ଗତ କିଛି ଦିନ ଧରି ଟ୍ରମ୍ପଙ୍କୁ ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖାଯାଇନାହିଁ। ତଥାପି, ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ନିରନ୍ତର ସକ୍ରିୟ ରହିଥିଲେ। ପୁଣି ସେ ନିଜର ନାତୁଣୀ ସହ ଗଲ୍ଫ କୋର୍ସରେ ଥିବାର ଏକ ଫଟୋ ମଧ୍ୟ ଆସିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe