ଟ୍ରମ୍ପ ଯୁଦ୍ଧ ପାଇଁ ସମର୍ଥନ ଯୁଟାଉଛନ୍ତି: ଉତ୍ତରକୋରିଆ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ ହେବାନହିଁ

Advertisment
ଦକ୍ଷିଣ ଚୀନ୍‌ ସାଗରରେ ଆମେରିକୀୟ ଯୁଦ୍ଧ ଜାହାଜ, ଭୟଙ୍କର ପରିଣାମ ପାଇଁ ଚୀନ୍‌ର ଚେତାବନୀ

ସିଓଲ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଏସିଆ ଗସ୍ତକୁ କଡ଼ା ସମାଲୋଚନା କରିଛି ଉତ୍ତରକୋରିଆ । ଟ୍ରମ୍ପଜଣେ ଧ୍ୱଂସକାରୀ ଓ ଏହି ଗସ୍ତ ସମୟରେ ସେ କେବଳ ଅନ୍ୟ ଦେଶମାନଙ୍କଠାରୁ ଯୁଦ୍ଧ ପାଇଁ ସହଯୋଗ ଭୀକ୍ଷା କରୁଛନ୍ତି ବୋଲି ଉତ୍ତର କୋରିଆ କହିଛି। କୋରିଆ ଦ୍ୱୀପରେ ଆଣବିକ ଯୁଦ୍ଧ ପାଇଁ ଟ୍ରମ୍ପ୍‌ ଉସୁକାଇବା ସହ ବିଶ୍ୱର ଶାନ୍ତି ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଉତ୍ତରକୋରିଆ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।

ଦକ୍ଷିଣକୋରିଆ ଗସ୍ତ ସମୟରେ ଗତ ବୁଧବାର ଦିନ ଟ୍ରମ୍ପ କହିଥିଲେ ଯେ ଆମେରିକାକୁ ଉତ୍ତରକୋରିଆ ହେୟଜ୍ଞାନ କରୁଛି ଏବଂ ଆମେରିକା ବିରୋଧୀ ଏଭଳି ଶକ୍ତିକୁ ଆମେ ଦମନ କରିବୁ। ଏହାର ଜବାବ୍‌ରେ ଉତ୍ତରକୋରିଆ ସେନା କହିଥିଲା ଯେ,ଉପଦ୍ୱୀପରେ ପରମାଣୁ ପରୀକ୍ଷଣକୁ ରୋକିବାର ସାହସ କାହାର ନାହିଁ । ଉତ୍ତରକୋରିଆ ଏହାର ଷଷ୍ଠ ଆଣବିକ ମିସାଇଲ ପରୀକ୍ଷା କରିବା ପରଠାରୁ ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତା ଚରମସୀମାରେ ପହଞ୍ଚିଛି । ଉତ୍ତରକୋରିଆ ସେନା ମୁଖପାତ୍ର କହିଛନ୍ତି ଯେ, କାହାର ଧମକରେ ସେମାନେ ପରମାଣୁ ଅସ୍ତ୍ର ପରୀକ୍ଷଣରେ ପୂର୍ଣ୍ଣଚ୍ଛେଦ ପକାଇବେ ନାହିଁ ବରଂ ଆଗାମୀ ଦିନରେ ଅଧିକରୁ ଅଧିକ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe