ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ପାକିସ୍ତାନରେ ହଇଚଇ

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ପାକିସ୍ତାନରେ ହଇଚଇ

http://www.newindianexpress.com

ଇସ୍‌ଲାମାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଫେବ୍ରୁଆରି କିମ୍ବା ମାର୍ଚ ପ୍ରଥମ ସପ୍ତାହରେ ଭାରତ ଗସ୍ତରେ ଆସିବେ। ଏହି ଖବର ପାକିସ୍ତାନକୁ ବିଚଳିତ କରିଦେଇଛି। ଇମ୍ରାନ୍‌ ସରକାରରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଭାରତ ଗସ୍ତ ପୂର୍ବରୁ କିମ୍ବା ଫେରିବା ବେଳେ ଟ୍ରମ୍ପ୍‌ କିଛି ସମୟ ପାଇଁ ପାକିସ୍ତାନ ଗସ୍ତରେ ଆସିବାକୁ ପାକିସ୍ତାନ ଜୋର୍‌ଦାର ପ୍ରୟାସ ଚଳାଇଛି। ତେବେ ଟ୍ରମ୍ପ୍‌ ପ୍ରଶାସନ ଏ ନେଇ ପାକିସ୍ତାନକୁ କୌଣସି ଆଶ୍ବାସନା ଦେଇନାହିଁ। ଇମ୍ରାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ଟ୍ରମ୍ପ୍‌ ଥରଟିଏ ପାଇ ପାକିସ୍ତାନ ଗସ୍ତରେ ଯେଭଳି ଆସିବେ ସେ ନେଇ ଇମ୍ରାନ୍‌ ଅନେକ ପ୍ରୟାସ କରିଛନ୍ତି। ଯଦି ଟ୍ରମ୍ପ୍‌ ତାଙ୍କ ଭାରତ ଗସ୍ତ ସମୟରେ ପାକିସ୍ତାନ ଗସ୍ତ ନ କରିବେ ତା’ହେଲେ ପାକିସ୍ତାନ ପାଇଁ ଏକ ବଡ଼ ଝଟ୍‌କା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe