Donald Trump: ବଳ ପ୍ରୟୋଗ କରିବିନି: ଟ୍ରମ୍ପଙ୍କ ମନ୍ତବ୍ୟରୁ ବାଘର ଫାଗକୁ ଭୟ ସଙ୍କେତ, ୟୁରୋପକୁ ଡରିଗଲେ କି?

Advertisment

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ କଠୋର ସ୍ବରରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି, ଗ୍ରିନ୍‌ଲାଣ୍ଡ ଅଧିଗ୍ରହଣ ପାଇଁ ତୁରନ୍ତ ଆଲୋଚନା ଆବଶ୍ୟକ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ କଠୋର ସ୍ବରରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି, ଗ୍ରିନ୍‌ଲାଣ୍ଡ ଅଧିଗ୍ରହଣ ପାଇଁ ତୁରନ୍ତ ଆଲୋଚନା ଆବଶ୍ୟକ।

Donald Trump

Donald Trump

ଡାଭୋସ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲkଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ କଠୋର ସ୍ବରରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି, ଗ୍ରିନ୍‌ଲାଣ୍ଡ ଅଧିଗ୍ରହଣ ପାଇଁ ତୁରନ୍ତ ଆଲୋଚନା ଆବଶ୍ୟକ। କିନ୍ତୁ କହିଥିଲେ ଯେ ଆମେରିକା ପାଖରେ ଶକ୍ତି ଥିଲେ ମଧ୍ୟ ଡେନମାର୍କଠାରୁ ଆର୍କଟିକ ଦ୍ୱୀପକୁ ଛଡ଼ାଇ ନେବା ପାଇଁ ଏହାର ବ୍ୟବହାର କରିବ ନାହିଁ। ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନୁ।

ଯୁକ୍ତରାଷ୍ଟ୍ର ହିଁ ବିଶାଳ ବରଫ ଖଣ୍ଡକୁ ସୁରକ୍ଷା ଦେଇପାରିବ

ଗ୍ରିନ୍‌ଲାଣ୍ଡକୁ ଦଖଲ କରିବା ଜାତୀୟ ଓ ଆନ୍ତର୍ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ। ଏକମାତ୍ର ଯୁକ୍ତରାଷ୍ଟ୍ର ହିଁ ଏହି ବିଶାଳ ଭୂମିକୁ ତଥା ବରଫ ଖଣ୍ଡକୁ ସୁରକ୍ଷା ଦେଇପାରିବ। ସେଥିପାଇଁ ମୁଁ ପୁଣି ଥରେ ଆମେରିକା ଦ୍ୱାରା ଗ୍ରିନ୍‌ଲାଣ୍ଡ ଅଧିଗ୍ରହଣ ବିଷୟରେ ଆଲୋଚନା କରିବା ପାଇଁ ତୁରନ୍ତ ଆଲୋଚନା ଚାହୁଁଛି। ଡେନମାର୍କ ପାଖରେ ଏକ ବିକଳ୍ପ ଅଛି। ସେ ହଁ କହିଲେ ଆମେ କୃତଜ୍ଞ ହେବୁ। କିମ୍ବା ସେ ନା କହିଲେ, ଆମେ ଏହାକୁ ମନେ ରଖିବୁ। ଏକ ଶକ୍ତିଶାଳୀ ଓ ସୁରକ୍ଷିତ ଆମେରିକାର ଅର୍ଥ ହେଉଛି ଏକ ଶକ୍ତିଶାଳୀ ନାଟୋ।

ଡେନମାର୍କ ବିରୋଧରେ ସାମରିକ ଧମକକୁ ଅସ୍ବୀକାର

ଟ୍ରମ୍ପ ନାଟୋ ସଦସ୍ୟ ଡେନମାର୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକକୁ ଅସ୍ୱୀକାର କରିଛନ୍ତି। ସେ ପୂର୍ବରୁ ଡେନମାର୍କକୁ କୃତଘ୍ନ କହିବା ସହ ଟ୍ରାନ୍ସଆଟଲାଣ୍ଟିକ୍ ମେଣ୍ଟକୁ ଭାଙ୍ଗିବା ପାଇଁ ଧମକ ଦେଇଥିଲେ। ମାତ୍ର ଡାଭୋସରେ ନିଜ ଆଚରଣ ନେଇ ସବୁବେଳେ ଅନିଶ୍ଚିତ ଥିବା ଟ୍ରମ୍ପ ଏପରି କହି ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ବଳ ପ୍ରୟୋଗ ନକଲେ ଆମେ ସମ୍ଭବତଃ କିଛି ପାଇବୁ ନାହିଁ। କିନ୍ତୁ ମୁଁ ତାହା କରିବି ନାହିଁ। ସମ୍ଭବତଃ ଏହା ମୁଁ ଦେଇଥିବା ସବୁଠାରୁ ବଡ଼ ବିବୃତି। ମୋତେ ବଳ ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ମୁଁ ବଳ ପ୍ରୟୋଗ କରିବାକୁ ଚାହୁଁନାହିଁ। ମୁଁ ବଳ ପ୍ରୟୋଗ କରିବି ନାହିଁ ମଧ୍ୟ ବୋଲି ଟ୍ରମ୍ପ କହିଛନ୍ତି।

ପଛକୁ ହଟିଲେ ଟ୍ରମ୍ପ

ଟ୍ରମ୍ପ ଗ୍ରିନ୍‌ଲାଣ୍ଡ ଠାରୁ ଆରମ୍ଭ କରି ଶୁଳ୍କ ଓ ଅର୍ଥନୀତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ୟୁରୋପକୁ ସମାଲୋଚନା କରି କହିଥିଲେ ଯେ ଏହା ଠିକ୍ ଦିଗରେ ଗତି କରୁନାହିଁ। ତେବେ ଗ୍ରିନ୍‌ଲାଣ୍ଡକୁ ନେଇ ରାତାରାତି ଟ୍ରମ୍ପଙ୍କ ଆଭିମୁଖ୍ୟ କିପରି ବଦଳିଗଲା ଓ ସେ ବଳ ପ୍ରୟୋଗ କରିବା ନେଇ ପଛକୁ ହଟିଲେ ତାହାକୁ ନେଇ ପ୍ରଶ୍ନବାଚୀ ଉଠିବାରେ ଲାଗିଛି। ଟ୍ରମ୍ପଙ୍କ ମନ୍ତବ୍ୟରୁ ବାଘର ଫାଗକୁ ଭୟ ସଙ୍କେତ ମିଳୁଥିବା କୁହାଯାଉଛି। ତାଙ୍କ ବିରୋଧରେ ବୃଦ୍ଧି ପାଉଥିବା ଅସନ୍ତୋଷ ଏହାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: Sabarimala Temple Loot: ସବରିମାଳା ମନ୍ଦିର ଚୋରି ମାମଲା: ୧.୩ କୋଟି ଟଙ୍କାର ସମ୍ପତ୍ତି, ସୁନା ବାର୍ ଜବତ କଲା ଇଡି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe