ଟ୍ରମ୍ପ୍‌ଙ୍କ ଘୋଷଣା: କେବଳ ଯୋଗ୍ୟତା ଭିତ୍ତିରେ ଭିସା ମିଳିବ, ଭାରତୀୟଙ୍କୁ ଫାଇଦା

ପ୍ରବାସ ବାସ ପାଇଁ ଯୋଗ୍ୟତା-ଭିତ୍ତିକ ଭିସା ପ୍ରଚଳନ କରିବାକୁ ଘୋଷଣା କଲେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌

Image Courtesy of Star Tribune

ଓ୍ଵାସିଂଟନ: ଆମେରିକାରେ ରିପବ୍ଲିକାନ ସରକାରର ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଜି କଂଗ୍ରେସରେ ପ୍ରଥମ ‘ଷ୍ଟେଟ୍‌ ଅଫ୍‌ ଦି ୟୁନିଅନ୍‌ ସମ୍ବୋଧନ’ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି ଯେ ଆମେରିକାରେ ଏଣିକି ଭିସା ଲଟେରି ବ୍ୟବସ୍ଥାର ପରିସମାପ୍ତି ଘଟିବ ଏବଂ ନୂଆ ବ୍ୟବସ୍ଥାରେ ଯୋଗ୍ୟତା, ଦକ୍ଷତା ଏବଂ ଆମେରିକାର ସୁରକ୍ଷାକୁ ଧ୍ୟାନରେ ରଖି ରହଣି ପାଇଁ ଭିସା ପ୍ରଦାନ କରାଯିବ। ଟ୍ରମ୍ପ୍‌ଙ୍କ ଏହି ଘୋଷଣା ଦ୍ୱାରା ଭାରତୀୟଙ୍କୁ ଯଥେଷ୍ଟ ଫାଇଦା ହେବ ବୋଲି ଜଣାପଡ଼ିଛି ।

ଏ ବାବଦରେ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ପରେ ଦୀର୍ଘ ବର୍ଷ ଧରି ଆମେରିକାର ସ୍ୱାର୍ଥ ସାଧନ କରୁଥିବା ବ୍ୟକ୍ତିଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ ବୋଲି ମଧ୍ୟ ଟ୍ରମ୍ପ୍‌ କହିଛନ୍ତି। ଏଣିକି ଆବଶ୍ୟକ ଯୋଗ୍ୟତା ଓ ଦକ୍ଷତା ନଥିବା ଲୋକଙ୍କୁ ଗ୍ରୀନ୍‌କାର୍ଡ ମିଳିବ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ଅନାବଶ୍ୟକ ଭିଡ଼ ଓ ଅସୁରକ୍ଷା ସ୍ଥିତିରୁ ଆମେରିକାକୁ ମୁକ୍ତି ଦେବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଟ୍ରମ୍ପ୍‌ ଘୋଷଣା କରିଛନ୍ତି । ଏହି ଅବସରରେ ଚୀନ୍‌ ଓ ରୁଷ୍‌ ସଂପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହି ଦୁଇ ରାଷ୍ଟ୍ର ଆମେରିକା ପାଇଁ ବିଭିନ୍ନ କ୍ଷେତ୍ରରେ ଆହ୍ଵାନ ସୃଷ୍ଟି କରିଛନ୍ତି ଏବଂ ଆମେରିକା ଏହି ଆହ୍ଵାନକୁ ଅତ୍ୟନ୍ତ ସଫଳତାର ସହ ମୁକାବିଲା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe