ପରାଜୟକୁ ସ୍ବୀକାର କରୁନାହାନ୍ତି ଟ୍ରମ୍ପ୍‌, ପମ୍ପେଓଙ୍କ ସାତଟି ବନ୍ଧୁ ରାଷ୍ଟ୍ର ଗସ୍ତ

Advertisment
ଆମେ ଜିତି ସାରିଛୁ, ଭୋଟ୍‌ ଗଣତି ବନ୍ଦ କରାଇବାକୁ ସୁପ୍ରିମ୍‌ କୋର୍ଟ ଯିବୁ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Courtesy of Hindustan Times

ଵାସିଂଟନ: ନିର୍ବାଚନରେ ନିଜର ପରାଜୟକୁ ଏ ଯାବତ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସ୍ବୀକାର କରିନାହାନ୍ତି। ଏଭଳି ସ୍ଥିତି ସତ୍ତ୍ବେ ପ୍ରତିଦ୍ବନ୍ଦ୍ବୀ ତଥା ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍‌ଙ୍କୁ ବିଜୟ ଶୁଭେଚ୍ଛା ଜଣାଇଥିବା ସାତଟି ସହଯୋଗୀ ରାଷ୍ଟ୍ର ଗସ୍ତ କରିବାକୁ ବିଦେଶ ସଚିବ ମାଇକ୍‌ ପମ୍ପେଓ ନିଷ୍ପତ୍ତି ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପମ୍ପେଓଙ୍କ କହିବା ଅନୁସାରେ, ଆସନ୍ତା ଶୁକ୍ରବାର ସେ ପ୍ରଥମେ ପ୍ୟାରିସ ଅଭିମୁଖେ ବାହାରିବେ। ସେଠାରୁ ଇସ୍ତାନବୁଲ ଓ ଜର୍ଜିଆ ଦେଇ ଜେରୁଜେଲମ୍‌ରେ ପହଞ୍ଚିବେ। ତା'ପରେ ସେ ତିନିଟି ଉପସାଗରୀୟ ବନ୍ଧୁ ରାଷ୍ଟ୍ର ସାଉଦି ଆରବ, ସଂଯୁକ୍ତ ଆରବ ଓ କତାର ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି।

ବିଶେଷ କରି ରାଷ୍ଟ୍ରପତି ଟ୍ରମ୍ପ୍‌ କିପରି ସମଗ୍ର ମଧ୍ୟ ପ୍ରାଚ୍ୟରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରିଥିଲେ ସେ ସମ୍ପର୍କରେ ପମ୍ପେଓ ତାଙ୍କର ଏହି ଗସ୍ତ କାଳରେ ବନ୍ଧୁ ରାଷ୍ଟ୍ରମାନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଅବଶ୍ୟ ଟ୍ରମ୍ପ୍‌ ପରାଜୟ ସ୍ବୀକାର ନ କରିବା ଏବଂ ତାଙ୍କ ପ୍ରଶାସନ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମନା କରିଦେବା ପରିପ୍ରେକ୍ଷୀରେ ପମ୍ପେଓଙ୍କ ଏହି ସପ୍ତଦେଶୀୟ ଗସ୍ତ ଅଖାଡୁଆ ମନେ ହୋଇପାରେ। କାରଣ ଅନ୍ୟ ୟୁରୋପୀୟ ଦେଶ ପରି ଟ୍ରମ୍ପ୍‌ଙ୍କ ସହ ସମ୍ପର୍କ ତିକ୍ତ କରିଥିବା ଫ୍ରାନ୍ସ ରାଷ୍ଟ୍ରପତି ବାଇଡେନ୍‌ଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଚାମିନ୍‌ ନେତାନ୍ୟାହୁ, ସାଉଦି ସମ୍ରାଟ ମହମ୍ମଦ ବିନ୍‌ ସଲମାନ ଓ ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ଙ୍କର ଟ୍ରମ୍ପ୍‌ଙ୍କ ସହ ଭଲ ସମ୍ପର୍କ ଥିଲେ ହେଁ ସେମାନେ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe