ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗାମୀ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଭାରତ ଆସିବେ ନାହିଁ। ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ତାଙ୍କୁ ଭାରତ ଦେଇଥିବା ଆମନ୍ତ୍ରଣକୁ ସେ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଭାରତ ଏବଂ ରୁଷ୍ ମଧ୍ୟରେ ନିବିଡ଼ ବନ୍ଧୁତା ଯୋଗୁଁ ଆମେରିକା କ୍ଷୁବ୍ଧ ହୋଇଥିଲା ଏବଂ ଏଥିପାଇଁ ଟ୍ରମ୍ପ୍ ଭାରତର ଆମନ୍ତ୍ରଣକୁ ଗ୍ରହଣ କରିନଥିବା କୁହାଯାଉଛି। ବିଶ୍ବର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ସୁରକ୍ଷା ବ୍ୟବସ୍ଥା ଏସ୍-୪୦୦ କ୍ରୟ ଚୁକ୍ତି ଭାରତ ଏବଂ ରୁଷ୍ ମଧ୍ୟରେ ସଂପନ୍ନ ହେବା ପରେ ଆମେରିକା ଏ ନେଇ ଉଦ୍ବେଗ ପ୍ରକାଶ କରିଥିଲା। ଏଭଳି ସ୍ଥିତିରେ ଆଗକୁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ପ୍ରଭାବିତ ହେବା ଆଶଙ୍କା ରହିଛି।
ମୋଦୀଙ୍କ ଆମନ୍ତ୍ରଣକୁ ଟ୍ରମ୍ପ୍ଙ୍କ ପ୍ରତ୍ୟାଖ୍ୟାନ
Advertisment
Follow Us