ହଂକଂକୁ ସ୍ବତନ୍ତ୍ର ପାହ୍ୟା ଶେଷ କଲେ ଟ୍ରମ୍ପ୍‌

ଚୀନ୍‌ର ପ୍ରଭାବ ହ୍ରାସ ପାଇଁ ଟ୍ରମ୍ପ୍‌ଙ୍କ କଠୋର ଭିସା କଟକଣା

Al Jazeera

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ଆଜି ଚୀନ୍‌ ବିରୋଧରେ ଏକ ଅତି କଠୋର ପଦକ୍ଷେପ ସ୍ବରୂପ ହଂକଂକୁ ମିଳୁଥିବା ସ୍ବତନ୍ତ୍ର ପାହ୍ୟା ଶେଷ କରିଦେଇଛନ୍ତି। ଏଣିକି ଆମେରିକା ହଂକଂକୁ ଆଉ ବିଶେଷ ଶ୍ରେଣୀରେ ରଖିବ ନାହିଁ ଏବଂ ସ୍ବାୟତ୍ତ ଅଂଚଳ ଭାବେ ବିବେଚନା କରିବ। ହଂକଂରେ ଚୀନ୍‌ ଯେଉଁ ଦମନ ନୀତି ଧରିଛି ତାହାର ପ୍ରତିକାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଘୋଷଣା କରିବା ସହ ଏ ବାବଦ ଆଦେଶନାମାରେ ଦସ୍ତଖତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe