ନୂଆଦିଲ୍ଲୀ: ଡାଭୋସ୍ରେ ବିଶ୍ବ ଅର୍ଥନୈତିକ ଫୋରମ୍ କାର୍ଯ୍ୟକ୍ରମ ଅବସରରେ ସ୍ବିଜରଲାଣ୍ଡରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରସ୍ତାବିତ ଶାନ୍ତି ବୋର୍ଡ଼ର ଉନ୍ମୋଚନ କରିଥିଲେ। ଗାଜାରେ ଶାନ୍ତି ପ୍ରତିଷ୍ଠା ତଥା ଯୁଦ୍ଧବିରତିକୁ ଅଧିକ ଦୃଢ଼ ନିଶ୍ଚିତ କରିବାକୁ ଆମେରିକା ନିଜକୁ ଏକ ଆନ୍ତର୍ଜାତିକ ସଙ୍ଗଠନ ଭାବେ ପ୍ରଦର୍ଶନ କରିବାକୁ ଚାହୁଛି।
କାହିଁକି ଅନୁପସ୍ଥିତ ରହିଲା ଭାରତ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶ୍ବସ୍ତରୀୟ ନେତାଙ୍କୁ ଏହି ବୋର୍ଡ଼ରେ ରଖାଯାଇଛି। କିନ୍ତୁ ଭାରତ ଏହି ଶାନ୍ତି ବୋର୍ଡ଼ରେ ଯୋଗଦେବା ନେଇ ବିଭିନ୍ନ ଦିଗରୁ ବିଚାର କରୁଥିବାବେଳେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲା। ଗାଜା ପ୍ରସଙ୍ଗରେ ଅନେକ ସମ୍ବେଦନଶୀଳ ବିଷୟବସ୍ତୁ ଯୋଡ଼ି ହୋଇରହିଥିବାରୁ ଭାରତ ବିଭିନ୍ନ ଦିଗ ଉପରେ ବିଚାର କରୁଛି। ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ତୁର୍କୀ, ଇଜିପ୍ଟ, ସାଉଦି ଆରବ, କତାର ଓ ୟୁଏଇ ପରି ମଧ୍ୟପ୍ରାଚ୍ୟ ଦେଶ ସହିତ ପାକିସ୍ତାନ ଓ ଇଣ୍ଡୋନେସିଆ ଗାଜା ଶାନ୍ତି ବୋର୍ଡ଼ରେ ଯୋଗ ଦେଇଛନ୍ତି।
ଗୁରୁବାର ସ୍ବିଜରଲାଣ୍ଡର ଏକ ରିସୋର୍ଟରେ ଟ୍ରମ୍ପ ତାଙ୍କ ଶାନ୍ତି ବୋର୍ଡ଼ ସମ୍ପର୍କରେ ଘୋଷଣା କରୁଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ଚୀନ, ଇଟାଲି ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ। ବୋର୍ଡର କାର୍ଯ୍ୟକ୍ଷମତା ଗାଜା ବ୍ୟତୀତ ଅନ୍ୟ ବିବାଦ ସମାଧାନ ଦିଗରେ ବିସ୍ତାରିତ ହୋଇପାରେ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପଙ୍କ ଏହି ଘୋଷଣା ଜାତିସଂଘର ଭୂମିକାକୁ ହ୍ରାସ କରିପାରେ ବୋଲି ଚିନ୍ତା ପ୍ରକାଶ କରିଛି।
ଆହୁରି ପଢ଼ନ୍ତୁ: Mamata Banerjee: ଲାଲୁ, କେଜ୍ରିୱାଲ, ସୋରେନଙ୍କ ପରେ ମମତା? ମହଙ୍ଗା ପଡ଼ିପାରେ ଇଡି-ସିବିଆଇକୁ ଚ୍ୟାଲେଞ୍ଜ୍ କରିବା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/23/gaza-peace-council-event-2026-01-23-15-21-19.jpeg)