ଆହୁରି କଠୋର ହେଲେ ଟ୍ରମ୍ପ: ବେଆଇନ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତେଜିଲା

ଆମେରିକାରେ ରହୁଥିବା ବେଆଇନ ପ୍ରବାସୀଙ୍କ ବିରୋଧରେ ଏବେ ଆଇନ ପ୍ରବର୍ତ୍ତନ ବିଭାଗ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିଛି। ପ୍ରମୁଖ ସହରଗୁଡ଼ିକରେ ଏକକାଳୀନ ଶତାଧିକ ସ୍ଥାନରେ ଚଢ଼ଉ କରାଯାଉଛି।

trump

ୱାସିଂଟନ: ଆମେରିକାରେ ରହୁଥିବା ବେଆଇନ ପ୍ରବାସୀଙ୍କ ବିରୋଧରେ ଏବେ ଆଇନ ପ୍ରବର୍ତ୍ତନ ବିଭାଗ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିଛି। ପ୍ରମୁଖ ସହରଗୁଡ଼ିକରେ ଏକକାଳୀନ ଶତାଧିକ ସ୍ଥାନରେ ଚଢ଼ଉ କରାଯାଉଛି।  ନାଗରିକତା ଓ ଆପ୍ରବାସନ ସେବା ବିଭାଗ ପକ୍ଷରୁ ‘ସ୍ବତନ୍ତ୍ର ଏଜେଣ୍ଟ୍’ମାନେ ଆମେରିକୀୟ ଇମିଗ୍ରେସନ୍‌ ଆଇନ ଉଲ୍ଲଂଘନ କରୁଥିବା କୌଣସି ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରିବା, ଗିରଫ କରିବା ଓ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅଧିକାର ପାଇବେ ବୋଲି ଘୋଷଣା କରାଯାଇଛି। ନୂତନ ନିୟମ ଦ୍ୱାରା ଏଜେନ୍ସି ଇମିଗ୍ରେସନ୍‌ ମାମଲାରେ ଜାତୀୟ ସୁରକ୍ଷା, ଠକେଇ ଚିହ୍ନଟ ଓ ଜନସୁରକ୍ଷା ମିସନ୍‌କୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାରେ ସକ୍ଷମ ହେବ। ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ଏହି କଠୋର ନୀତିକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି। ଆମେରିକୀୟ ଇମିଗ୍ରେସନ୍‌ ସେବା ନିର୍ଦ୍ଦେଶକ ଜୋସେଫ୍ ବି ଏଡଲୋ କହିଛନ୍ତି, ଆମର ଇମିଗ୍ରେସନ୍‌ ବ୍ୟବସ୍ଥାର ଅଖଣ୍ଡତାକୁ ବଜାୟ ରଖି ଆମେ ଏହି ଦେଶର ଆଇନକୁ କାର୍ଯ୍ୟକାରୀ କରୁଛୁ।

ଏଜେଣ୍ଟ୍‌ଙ୍କୁ ‘ସ୍ବତନ୍ତ୍ର କ୍ଷମତା’
ମୁହଁ ବନ୍ଦ ପାଇଁ କଡ଼ା କଟକଣା

ନୂଆ ନିୟମ ଆମକୁ ଆମର ଗୁରୁତ୍ୱପୂର୍ଣ୍ଣ ମିସନ୍‌ ଲକ୍ଷ୍ୟ ପୂରଣ କରିବାକୁ ଅନୁମତି ଦେଇଛି। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ନିଷ୍ପତ୍ତି ଆମେରିକାର ଇମିଗ୍ରେସନ୍‌ ଆଣ୍ଡ୍ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ), ହୋମ୍‌ଲାଣ୍ଡ ସିକ୍ୟୁରିଟି ଇନ୍‌ଭେଷ୍ଟିଗେସନ୍‌ (ଏଚ୍‌ଏସ୍‌ଆଇ) ଓ ଏନ୍‌ଫୋର୍ସମେଣ୍ଟ ଆଣ୍ଡ ରିମୁଭାଲ୍‌ ଅପରେସନ (ଇଆର୍‌ଓ)କୁ ଆନ୍ତର୍ଜାତିକ ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ନେବା, ବେଆଇନ ବିଦେଶୀମାନଙ୍କୁ ଅଟକ ରଖିବା ଓ ପ୍ରତ୍ୟର୍ପଣ କରିବା ଉପରେ ଧ୍ୟାନ ଦେବାକୁ ଅନୁମତି ଦେବ। ସେପ୍ଟେମ୍ବର ୪ ତାରିଖରେ ଚୂଡ଼ାନ୍ତ ନିୟମ ପ୍ରକାଶ ପାଇବାର ୩୦ ଦିନ ପରେ ଏହା ଲାଗୁ ହେବାକୁ ଥିବା ବେଳେ ଏବେ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ହେଉଛି।

ଆଇନ ପ୍ରବର୍ତ୍ତନ ସଂସ୍ଥା କହିଛି ଯେ ବିଦେଶୀ ଆବେଦନକାରୀମାନେ ‘ଆମେରିକା ବିରୋଧୀ ବିଚାରଧାରା ବା କାର୍ଯ୍ୟକଳାପ’କୁ ସମର୍ଥନ କିମ୍ବା ପ୍ରୋତ୍ସାହନ ଦେଉଥିବା ଏବଂ ‘ଆଣ୍ଟିସେମିଟିକ୍ ଆତଙ୍କବାଦ’କୁ ସମର୍ଥନ କିମ୍ବା ପ୍ରୋତ୍ସାହନ ଦେଉଥିବା କ୍ଷେତ୍ରରେ କଡ଼ା କଟକଣାର ସମ୍ମୁଖୀନ ହେବେ। ଏ କ୍ଷେତ୍ରରେ କିପରି ବିବେକ ପ୍ରୟୋଗ କରାଯିବ ସେ ନେଇ ଇମିଗ୍ରେସନ୍ ଅଧିକାରୀମାନଙ୍କୁ ନୂତନ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଦେଶକୁ ଘୃଣା କରନ୍ତି ଏବଂ ଆମେରିକା ବିରୋଧୀ ବିଚାରଧାରାକୁ ପ୍ରୋତ୍ସାହନ ଦିଅନ୍ତି ସେମାନଙ୍କୁ ଆମେରିକାର ଫାଇଦା ମିଳିବା ଉଚିତ ନୁହେଁ ବୋଲି ଏଥିରେ କୁହାଯାଇଛି। ଗତ ଜାନୁଆରି ମାସରେ କ୍ଷମତାକୁ ଆସିବା ପରଠାରୁ ଆମେରିକା ରାଷ୍ଟ୍ରପତି ବେଆଇନ ପ୍ରବାସୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନକୁ ବଢ଼ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe