Reza Pahlavi: ଇରାନର ନିର୍ବାସିତ ରାଜକୁମାର ପହଲାଭିଙ୍କୁ ଭେଟିଲେ ଟ୍ରମ୍ପ ପ୍ରଶାସନ

Advertisment

ଇରାନରେ ସରକାର ବିରୋଧୀ ପ୍ରତିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନ ବିରୋଧରେ ସାମରିକ ଅବା ରାଜନୈତିକ ପଦକ୍ଷେପ ନିଆଯାଇପାରେ ବୋଲି ଦୃଢ଼ ସଙ୍କେତ ଦେଇଛନ୍ତି...

ଇରାନରେ ସରକାର ବିରୋଧୀ ପ୍ରତିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନ ବିରୋଧରେ ସାମରିକ ଅବା ରାଜନୈତିକ ପଦକ୍ଷେପ ନିଆଯାଇପାରେ ବୋଲି ଦୃଢ଼ ସଙ୍କେତ ଦେଇଛନ୍ତି...

New Project (5)

Reza Pahlavi: Photograph: (sambad.in)

ୱାସିଂଟନ: ଇରାନରେ ସରକାର ବିରୋଧୀ ପ୍ରତିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନ ବିରୋଧରେ ସାମରିକ ଅବା ରାଜନୈତିକ ପଦକ୍ଷେପ ନିଆଯାଇପାରେ ବୋଲି ଦୃଢ଼ ସଙ୍କେତ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଇରାନ ବିରୋଧରେ ସମ୍ଭାବ୍ୟ ଆକ୍ରମଣ ବିକଳ୍ପ ଉପରେ ବିଚାର କରୁଛି। ଏହି ପରିପ୍ରେକ୍ଷୀରେ, ହ୍ୱାଇଟ୍ ହାଉସରେ ଜାତୀୟ ସୁରକ୍ଷା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ବିକଳ୍ପ ଉପରେ ବିଚାର କରିଥିଲେ।

ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଇରାନ ଅଧିକାରୀଙ୍କ ସହ ଆଉ କୌଣସି ଆଲୋଚନା ହେବ ନାହିଁ। ଏବେ ସମସ୍ତ ନିର୍ଦ୍ଧାରିତ ବୈଠକ ବାତିଲ କରାଯାଇଛି। ସେ ସୋସିଆଲ ମିଡିଆରେ କହିଛନ୍ତି, ଆମେରିକା ପ୍ରତିବାଦକାରୀଙ୍କୁ ସହାୟତା ଯୋଗାଇବ। ଏହି ପ୍ରସଙ୍ଗରେ ପ୍ରଶାସନ ମଧ୍ୟରେ ମତଭେଦ ରହିଛି। ଅନେକ ରାଜନୈତିକ ପରାମର୍ଶଦାତା ଚେତାବନୀ ଦେଇଛନ୍ତି ଯେ, ଅଧିକ ବିପଦପୂର୍ଣ୍ଣ ସାମରିକ ଅଭିଯାନ ଆମେରିକା ପ୍ରଥମ ବୈଦେଶିକ ନୀତିକୁ ଦୁର୍ବଳ କରିପାରେ। ହ୍ୱାଇଟ୍ ହାଉସ୍ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଇରାନର ନିର୍ବାସିତ ପୂର୍ବତନ ଯୁବରାଜ ରେଜା ପହଲାଭିଙ୍କ ସହ ଏକ ଗୁପ୍ତ ବୈଠକ କରିଛନ୍ତି। ଦୁଇ ସପ୍ତାହର ପ୍ରତିବାଦ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ ବୈଠକ ବୋଲି କୁହାଯାଉଛି। ଯଦି ବର୍ତ୍ତମାନର ଇରାନ ଶାସନର ପତନ ହୁଏ ତେବେ ପହଲାଭି ନିଜକୁ ଏକ ସମ୍ଭାବ୍ୟ ପରିବର୍ତ୍ତନଶୀଳ ନେତା ଭାବରେ ଉପସ୍ଥାପିତ କରିବେ ବୋଲି ପ୍ରୟାସ ଜାରି ରହିଛି।

ରିପୋର୍ଟରେ କୁହାଯାଇଛି, ହ୍ୱାଇଟ୍ ହାଉସ୍ ବୈଠକରେ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ବୈଦେଶିକ ସଚିବ ମାର୍କୋ ରୁବିଓ ପରାମର୍ଶ ଦେଇଛନ୍ତି, ପ୍ରଶାସନ କୂଟନୈତିକ ଚାପ, ଆର୍ଥିକ ପ୍ରତିବନ୍ଧକ ଓ ରାଜନୈତିକ ସମର୍ଥନ ଭଳି ଅଣ-ସାମରିକ ପଦକ୍ଷେପ ଉପରେ ଧ୍ୟାନ ଦିଆଯାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନି ହିଂସାକୁ ଉସୁକାଇବା ପାଇଁ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଦାୟୀ କରିଥିଲେ। ଜାତିସଂଘରେ ଇରାନର ରାଷ୍ଟ୍ରଦୂତ ମଧ୍ୟ ଆମେରିକା ଏବଂ ଇସ୍ରାଏଲ ଉପରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲେ। ଆମେରିକାର ମାନବାଧିକାର ସଂଗଠନ ଅନୁଯାୟୀ, ପ୍ରତିବାଦରେ ୧୨ ଜଣ ଶିଶୁଙ୍କ ସମେତ ଅତି କମରେ ୨,୪୦୩ ଜଣଙ୍କର ମୃତ୍ୟୁ ଘଟିଛି। ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ୧୮,୧୩୭ରେ ପହଞ୍ଚିଛି। ପ୍ରତିବାଦ ଏବେ ଧାର୍ମିକ ଶାସନ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe