Denmark minister: ହାର୍ ମାନିବୁ ନାହିଁ: ଗ୍ରିନ୍‌ଲାଣ୍ଡ ନେଇ ଆମେରିକା ସହ ଆଲୋଚନା ଜାରି ରଖିବାକୁ କହିଲେ ଡେନମାର୍କ ମନ୍ତ୍ରୀ

Advertisment

ଗ୍ରିନ୍‌ଲାଣ୍ଡକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ଦେଇଛନ୍ତି। ଏସମ୍ପର୍କରେ ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକ୍କେ ରାସମୁସେନ କହିଛନ୍ତି, ଡେନମାର୍କ ଆମେରିକା ସହିତ କୂଟନୈତିକ ସମ୍ପର୍କ ଜାରି ରଖିବ।

ଗ୍ରିନ୍‌ଲାଣ୍ଡକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ଦେଇଛନ୍ତି। ଏସମ୍ପର୍କରେ ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକ୍କେ ରାସମୁସେନ କହିଛନ୍ତି, ଡେନମାର୍କ ଆମେରିକା ସହିତ କୂଟନୈତିକ ସମ୍ପର୍କ ଜାରି ରଖିବ।

Denmark minister

Denmark minister and Donald Trump Photograph: (sambad.in)

କୋପେନହେଗେନ: ଗ୍ରିନ୍‌ଲାଣ୍ଡକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ଦେଇଛନ୍ତି। ଏସମ୍ପର୍କରେ ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକ୍କେ ରାସମୁସେନ କହିଛନ୍ତି, ଡେନମାର୍କ ଆମେରିକା ସହିତ କୂଟନୈତିକ ସମ୍ପର୍କ ଜାରି ରଖିବ। ଡେନମାର୍କ, ଗ୍ରିନ୍‌ଲାଣ୍ଡ ଓ ଆମେରିକା ମଧ୍ୟରେ ବୁଧବାର ଏକ କାର୍ଯ୍ୟ ଗୋଷ୍ଠୀ ପ୍ରତିଷ୍ଠା ପାଇଁ ନୂଆ ଚୁକ୍ତିନାମା ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ଆମେ ଆରମ୍ଭରୁ ଅନୁରୋଧ କରିଆସୁଛୁ ଯେ, ଆମର ଆମେରିକୀୟ ସହଯୋଗୀ ଓ ବନ୍ଧୁମାନଙ୍କ ସହିତ ଏକ ଗଠନମୂଳକ ଆଲୋଚନା କରାଯାଉ। ଆମେ ଗତ ସପ୍ତାହରେ ଏସମ୍ପର୍କରେ ଆଲୋଚନା ଆରମ୍ଭ କରିଥିଲୁ। ଆମେ ହାର୍ ମାନିବୁ ନାହିଁ। ମୋର ଆମେରିକୀୟ ଉପ-ରାଷ୍ଟ୍ରପତିଙ୍କ ସହ ଏକ ଚୁକ୍ତି ହୋଇଛି। ପ୍ରେସ୍ ମୁଖପାତ୍ରଙ୍କ କଥା ଶୁଣିବା ପରେ ଏହାକୁ ପୁନଃନିଶ୍ଚିତ କରାଯାଇଥିଲା। ଆମେରିକା କୌଣସି ଭିନ୍ନ ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ଆମେ ସ୍ଥିତାବସ୍ଥା ବଜାୟ ରଖିବୁ। ୟୁରୋପୀୟ ସଂଘର ରାଷ୍ଟ୍ରଦୂତମାନେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ୟୁରୋପୀୟ ସହଯୋଗୀମାନଙ୍କ ଉପରେ ଶୁଳ୍କ ଲାଗୁ ନକରିବା ପାଇଁ ରାଜି କରାଇବା ପାଇଁ ପ୍ରୟାସ କରିବାକୁ ସହମତ ହୋଇଛନ୍ତି। ଯଦି ଶୁଳ୍କ ଲାଗୁ କରାଯାଏ ତେବେ ପରିଣାମ ପାଇଁ ମଧ୍ୟ ପ୍ରସ୍ତୁତ ହେବାକୁ ଆମେରିକା ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି। ଟ୍ରମ୍ପ ଶନିବାର କହିଥିଲେ, ଆମେରିକାକୁ ଗ୍ରିନ୍‌ଲାଣ୍ଡ କିଣିବାକୁ ଅନୁମତି ନମିଳିଲେ ଆମେ ୧ ଫେବ୍ରୁଆରିରୁ ଡେନମାର୍କ, ସ୍ୱିଡେନ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଫିନଲାଣ୍ଡ, ବ୍ରିଟେନ ଓ ନରୱେ ଉପରେ ଶୁଳ୍କ ବୃଦ୍ଧି କରିବୁ।

ମିଳିତ ବିବୃତି ଜାରି କଲା ୟୁରୋପୀୟ ସଂଘ

ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ନାଟୋର ଅନେକ ସହଯୋଗୀଙ୍କ ଉପରେ ଶୁଳ୍କ ଧମକ ନେଇ ଇୟୁ ରାଷ୍ଟ୍ରଦୂତମାନେ ଏକ ଜରୁରୀକାଳୀନ ବୈଠକ କରିଥିଲେ। ୟୁକେ, ଜର୍ମାନୀ ଓ ଫ୍ରାନ୍ସ ସମେତ ଆଠଟି ୟୁରୋପୀୟ ଦେଶ ଏକ ମିଳିତ ବିବୃତି ଜାରି କରି ଚେତାବନୀ ଦେଇଛନ୍ତି ଯେ, ଶୁଳ୍କ ଧମକ ଟ୍ରାନ୍ସଆଟଲାଣ୍ଟିକ୍ ସମ୍ପର୍କକୁ ଦୁର୍ବଳ କରିବ। ଆମେ ଏକଜୁଟ ଭାବେ ମୁକାବିଲା କରିବୁ।ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ କହିଛନ୍ତି , ଟ୍ରମ୍ପଙ୍କ ସହ ଗ୍ରିନ୍‌ଲାଣ୍ଡ ପ୍ରସଙ୍ଗ ଉପରେ ମୁଁ ଆଲୋଚନା କରିଛି। ଆମେ ଏହା ଉପରେ କାମ ଜାରି ରଖିବୁ। ମୁଁ ଚଳିତ ସପ୍ତାହ ଶେଷରେ ଡାଭୋସରେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଛି। ୟୁରୋପୀୟ ପରିଷଦ ସଭାପତି ଆଣ୍ଟୋନିଓ କୋଷ୍ଟା ଆଗାମୀ ଦିନରେ ଆମେରିକା-ୟୁରୋପ ଉତ୍ତେଜନା ନେଇ ଏକ ଅସାଧାରଣ ପରିଷଦ ବୈଠକ ଡାକିବାକୁ ଘୋଷଣା କରିଛନ୍ତି।

ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି ଷ୍ଟାରମର

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଶୁଳ୍କ ଧମକ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଡାଉନିଂ ଷ୍ଟ୍ରିଟ୍ ଅନୁଯାୟୀ, ସେ ଗ୍ରିନ୍‌ଲାଣ୍ଡ ଉପରେ ତାଙ୍କର ସ୍ଥିତିକୁ ଦୋହରାଇଛନ୍ତି। ଆର୍କଟିକ ସୁରକ୍ଷା ଏକ ସହଭାଗୀ ନାଟୋ ପ୍ରାଥମିକତା ବୋଲି ସେ ଗୁରୁତ୍ବାରୋପ କରିଛନ୍ତି।। ନାଟୋ ସହଯୋଗୀଙ୍କ ସାମୂହିକ ସୁରକ୍ଷା ପାଇଁ ସହଯୋଗୀଙ୍କ ଉପରେ ଶୁଳ୍କ ଲାଗୁ କରିବା ଭୁଲ୍ ପଦକ୍ଷେପ। ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍ସେନ, ୟୁରୋପୀୟ କମିସନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍ ଓ ରୁଟେଙ୍କ ସହ ଆଲୋଚନା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି।

ଆହୁରି ପଢ଼ନ୍ତୁ: TN literary awards : ୭ ଭାଷା ପାଇଁ ତାମିଲନାଡୁ ସାହିତ୍ୟ ପୁରସ୍କାର ଘୋଷଣା କଲେ ଷ୍ଟାଲିନ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ସାମିଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe