୬୦ ଦିନ ପାଇଁ ସାମୟିକ ଭାବେ ଗ୍ରିନ୍ କାର୍ଡ ବନ୍ଦ କଲେ ରାଷ୍ଟ୍ରପତି ଟ୍ରମ୍ପ୍

୬୦ ଦିନ ପାଇଁ ସାମୟିକ ଭାବେ ଗ୍ରିନ୍ କାର୍ଡ ବନ୍ଦ କଲେ ରାଷ୍ଟ୍ରପତି ଟ୍ରମ୍ପ୍

Image Source: Zee News

ୱାସିଂଟନ୍: କୋଭିଡ୍-୧୯ ମହାମାରୀ ଯୋଗୁଁ ଚାକିରି ହରାଇ ଥିବା ଆମେରିକୀୟଙ୍କ ନିମନ୍ତେ କର୍ମସଂସ୍ଥାନ ସୁରକ୍ଷିତ ରଖିବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ୬୦ ଦିନ ପାଇଁ ପ୍ରବାସୀ ଆଗମନ ବନ୍ଦ ରଖିବାକୁ ଏକ ନିର୍ଦେଶନାମା ସ୍ବାକ୍ଷର କରିଛନ୍ତି। ଅର୍ଥାତ୍ କର୍ମସଂସ୍ଥାନ ଅନ୍ବେଷଣକାରୀଙ୍କ ନିମ‌ନ୍ତେ ୬୦ ପାଇଁ ସାମୟିକ ଭାବେ ଗ୍ରିନ୍ କାର୍ଡ ଜାରି କରାଯିବନାହିଁ।

ଫଳରେ ଚାକିରି ଅନ୍ବେଷଣରେ ଆମେରିକାକୁ ଯାଉଥିବା ବ୍ୟକ୍ତିବିଶେଷଙ୍କୁ ଏହି ସାମୟିକ ପ୍ରବାସୀ ଆଗମନ ବାତିଲ ବ୍ୟବସ୍ଥା ଖୁବ୍ ପ୍ରଭାବିତ କରିବ। କିନ୍ତୁ, ଯେଉଁ ପ୍ରବାସୀମାନେ ଆଗରୁ ଆମେରିକାରେ ରହିଛନ୍ତି ସେମାନଙ୍କ ଲାଗି କୌଣସି ସମସ୍ୟା ନାହିଁ ବୋଲି ଏହି ଆଦେଶନାମାରେ କୁହାଯାଇଛି।

ଏହାକୁ ଖୁବ୍ କଡ଼ା ଆଦେଶ ବୋଲି ବର୍ଣ୍ଣନା କରି ଟ୍ରମ୍ପ୍ ବୁଧବାର ଦିନ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସାମ୍ବାଦିକ ସମ୍ମିଳନୀକୁ ଆସିବାର କ୍ଷଣକ ଆଗରୁ ସେ ଏଥିରେ ସ୍ବାକ୍ଷର କରିଛନ୍ତି।

publive-image Image Source: The New York Times

ସେ କହିଲେ, ପ୍ରବାସୀ ଆଗମନ ବନ୍ଦ କରି ଆମେ ପ୍ରଥମେ ବେକାର ଆମେରିକୀୟଙ୍କୁ ସାହାଯ୍ୟ କରିବୁ। ଆମେରିକା ପୁନଃଉନ୍ମୁକ୍ତ ହେଲେ ପ୍ରଥମେ କର୍ମସଂସ୍ଥାନ ହରାଇଥିବା ଆମେରିକୀୟମାନଙ୍କୁ ଚାକିରି ପାଇଁ ସୁଯୋଗ ଦିଆଯିବ। ଭାଇରସ୍ ଦ୍ବାରା କର୍ମସଂସ୍ଥାନ ହରାଇଥିବା ଆମେରିକୀୟଙ୍କ ସ୍ଥାନରେ ବିଦେଶାଗତ ଶ୍ରମଜୀବୀମାନଙ୍କୁ ସ୍ଥାନ ଦେବା ଅନ୍ୟାୟ।

ହ୍ବାଇଟ୍ ହାଉସ୍‌ରେ ରିଲିଜ୍ ହୋଇଥିବା ଏହି ‘ଏକ୍ଜିକ୍ୟୁଟିଭ୍ ଅର୍ଡର୍‌’ ସମ୍ପର୍କରେ ଟ୍ରମ୍ପ୍ ଆହୁରି କହିଛନ୍ତି ଯେ ଏ ଭଳି ଆଦେଶ ବିନା ଆମେରିକାର ଅର୍ଥନୀତି ସୁଧୁରିବାକୁ ଦୀର୍ଘ ଦିନ ଲାଗିବ। କାରଣ ମାତ୍ରାଧିକ ଶ୍ରମଜୀବୀ ଯୋଗାଣ ଦ୍ବାରା ସବୁ କର୍ମଜୀବୀ ପ୍ରଭାବିତ ହେବେ। କିନ୍ତୁ, ଏହାଦ୍ବାରା ସବୁଠୁ ଅଧିକ ପ୍ରଭାବିତ ହେବେ କର୍ମସଂସ୍ଥାନ ଓ ବେକାରୀ ମଧ୍ୟରେ ଥିବା କର୍ମଜୀବୀ। ଅର୍ଥାତ୍ ଯେଉଁମାନେ ର୍ଥନୈତିକ ସମ୍ପ୍ରସାରଣର ଶେଷ ଭାଗରେ କାମରେ ଯୋଗ ଦେଇଥିଲେ ଏବଂ ଅର୍ଥନୈତିକ ସଂକୋଚନ ସମୟର ପ୍ରଥମ ଭାଗରେ ବହିଷ୍କୃତ ହୋଇଥିଲେ।

ଆଜିର ଆଦେଶନାମା ୬୦ ଦିନ ସକାଶ କାର୍ଯ୍ୟକ୍ଷମ ରହିବ। ପରେ ଆବଶ୍ୟକମତେ ଏହାକୁ ସଂଶୋଧନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe