ରାଷ୍ଟ୍ରପତି ବିତର୍କରେ ଟ୍ରମ୍ପ୍‌-ହାରିସ ମୁହାଁମୁହିଁ

Advertisment

ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସ ଆଜି ଏବିସି ନ୍ୟୁଜ୍ ଦ୍ୱାରା ଆୟୋଜିତ ସେମାନଙ୍କର ପ୍ରଥମ ରାଷ୍ଟ୍ରପତି ବିତର୍କରେ ମୁହାଁମୁହିଁ ହୋଇଛନ୍ତି।

ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସ ଆଜି ଏବିସି ନ୍ୟୁଜ୍ ଦ୍ୱାରା ଆୟୋଜିତ ସେମାନଙ୍କର ପ୍ରଥମ ରାଷ୍ଟ୍ରପତି ବିତର୍କରେ ମୁହାଁମୁହିଁ ହୋଇଛନ୍ତି।

sfhfhfsfhtt

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସ ଆଜି ଏବିସି ନ୍ୟୁଜ୍ ଦ୍ୱାରା ଆୟୋଜିତ ସେମାନଙ୍କର ପ୍ରଥମ ରାଷ୍ଟ୍ରପତି ବିତର୍କରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗର୍ଭପାତଠାରୁ ଆରମ୍ଭ କରି ଯୁଦ୍ଧ, ଅର୍ଥନୀତିଠାରୁ ଆରମ୍ଭ କରି ଗୃହ ସଙ୍କଟ ପର୍ଯ୍ୟନ୍ତ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆମେରିକା ମତଦାନକୁ ଆଉ ୮ ସପ୍ତାହ ବାକି ଥିବା ବେଳେ ବିତର୍କ ମଞ୍ଚରେ ରିପବ୍ଲିକାନ୍ ଓ ଡେମୋକ୍ରାଟ୍ ପ୍ରାର୍ଥୀ ପରସ୍ପରକୁ କଡ଼ା ସମାଲୋଚନା କରିଛନ୍ତି। ବିତର୍କ ଆରମ୍ଭରେ ହାରିସ୍ ଓ ଟ୍ରମ୍ପ ପରସ୍ପରର ହାତ ମିଳାଇ ରାଷ୍ଟ୍ରପତି ବିତର୍କ ମଞ୍ଚରେ ହାତ ନ ମିଳାଇବାର ଆଠ ବର୍ଷର ଧାରାର ଅନ୍ତ ଘଟାଇଥିଲେ। 

ଅର୍ଥନୀତି ଓ ଜୀବନଧାରଣର ମୂଲ୍ୟ ଉପରେ ପଚରାଯିବାରୁ ହାରିସ୍ ତାଙ୍କ ମଧ୍ୟବିତ୍ତ ପୃଷ୍ଠଭୂମି ବିଷୟରେ ସୂଚନା ଦେବା ସହ ଶୀର୍ଷ ପଦକୁ ନିର୍ବାଚିତ ହେଲେ ପରିବାର ଓ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ସମର୍ଥନ ଦେବା ପାଇଁ ତାଙ୍କ ଯୋଜନା ବିଷୟରେ କହିଥିଲେ। ଟ୍ରମ୍ପଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ ସେ କେବଳ ‘କୋଟିପତି ଓ ବଡ଼ କର୍ପୋରେଟ୍‌ମାନଙ୍କ ଟିକସ ହ୍ରାସ କରିବେ ଏବଂ ତାଙ୍କ ପାଖରେ ସାଧାରଣ ଲୋକଙ୍କ ପାଇଁ କୌଣସି ଯୋଜନା ନାହିଁ। ଅନ୍ୟପକ୍ଷରେ ଟ୍ରମ୍ପ ଇମିଗ୍ରେସନ ଉପରେ ବାଇଡେନ ପ୍ରଶାସନର ରେକର୍ଡକୁ ନେଇ ହାରିସଙ୍କୁ ଟାର୍ଗେଟ କରିଥିଲେ। ହାରିସ ଉତ୍ତର ଦେଇଥିଲେ, ଆପଣ ସେହି ପୁରୁଣା ରେକର୍ଡ ବଜାଇବା, କିଛି ମିଛ ଅଭିଯୋଗ କରିବା ଓ ବଦନାମ କରିବା ଜାଣିଛନ୍ତି। ହାରିସ କହିଥିଲେ ଯେ, ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବା ବେଳେ  ଆମ ପାଇଁ ଶତାବ୍ଦୀର ସବୁଠାରୁ ଭୟଙ୍କର ମହାମାରୀ ଛାଡି ଯାଇଥିଲେ। ଗଣତନ୍ତ୍ର ଉପରେ ସେ ସବୁଠାରୁ ଖରାପ ଆକ୍ରମଣ କରିଛନ୍ତି। ଆମେ ଡୋନାଲ୍ଡ ଟ୍ରମ୍ପ ଛାଡ଼ିଯାଇଥିବା ଅଳିଆ ସଫା କରିଛୁ। ଏକ ସମୟରେ ଟ୍ରମ୍ପ ବ୍ୟକ୍ତିଗତ ଆକ୍ରମଣ କରି ହାରିସଙ୍କୁ ଜଣେ ମାର୍କ୍ସବାଦୀ ବୋଲି କହିଥିଲେ। ସେ ଜଣେ ମାର୍କ୍ସବାଦୀ ଓ ତାଙ୍କ ପିତା ଜଣେ ମାର୍କ୍ସବାଦୀ ଥିଲେ। କୋଭିଡ୍ ମହାମାରୀର ମୁକାବିଲା ପାଇଁ ଯଥେଷ୍ଟ କାର୍ଯ୍ୟ କରିଥିଲେ ମଧ୍ୟ ସେଥିପାଇଁ ତାଙ୍କୁ ଶ୍ରେୟ ମିଳି ନ ଥିବା ପୂର୍ବତନ ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି। 

ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଟ୍ରମ୍ପଙ୍କ ପ୍ରତିଶ୍ରୁତି
ହାରିସ କହିଲେ ପୁଟିନ ଆପଣଙ୍କୁ ଖାଇଦେବେ

ଗର୍ଭପାତ ଭଳି ପ୍ରମୁଖ ପ୍ରସଙ୍ଗକୁ ନେଇ ହାରିସ ଚେତାବନୀ ଦେଇଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିଲେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବେ। ଏହାର ଉତ୍ତରରେ ଟ୍ରମ୍ପ କହିଲେ, ସେ ମିଛ କହୁଛନ୍ତି। ତେବେ ଜାତୀୟ ଗର୍ଭପାତ ନିଷେଧାଦେଶ ଉପରେ ଭିଟୋ ଲଗାଇବେ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ଟ୍ରମ୍ପ ହଡ଼ବଡ଼େଇ ଯାଇଥିଲେ। ଏଭଳି ଆଇନ କଂଗ୍ରେସ ପାସ୍ କରିବ ନାହିଁ ବୋଲି ସେ କହିଛନ୍ତି।  ତେବେ ଏହି ପ୍ରସଙ୍ଗରେ ହାରିସ କେବଳ ବିଭ୍ରାନ୍ତି ଚାହୁଛନ୍ତି ବୋଲି ଟ୍ରମ୍ପ୍‌ଙ୍କ ବୟାନ ଚର୍ଚ୍ଚାରେ ରହିଛି। ଅପରାଧ ନିୟନ୍ତ୍ରଣ ନେଇ ଜୋ ବାଇଡେନ ପ୍ରଶାସନକୁ ଟ୍ରମ୍ପ ଟାର୍ଗେଟ କରିବା ପରେ ହାରିସ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଯାହାଙ୍କ ବିରୋଧରେ ଅନେକ ଆପରାଧିକ ଅଭିଯୋଗ ଆସିଛି ସେ ଏଭଳି ମନ୍ତବ୍ୟ ଦେଉଛନ୍ତି। ଟ୍ରମ୍ପ କହିଥିଲେ ଯେ ତାଙ୍କ ବିରୋଧରେ ଥିବା ମାମଲା ମିଥ୍ୟା। ଏକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରିବା ପାଇଁ ଏହା ନ୍ୟାୟ ବିଭାଗକୁ  ଅସ୍ତ୍ର କରିବାର ଏକ ଉଦାହରଣ। ସେମାନେ କହୁଛନ୍ତି ମୁଁ ଗଣତନ୍ତ୍ର ପାଇଁ ବିପଦ। କିନ୍ତୁ ପ୍ରକୃତରେ ସେମାନେ ଗଣତନ୍ତ୍ର ପାଇଁ ବିପଦ ବୋଲି ଟ୍ରମ୍ପ କହିଥିଲେ।  ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ହାରିସ ଦୁଇ ରାଷ୍ଟ୍ରର ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଦେଇଥିଲେ। ଟ୍ରମ୍ପ କହିଥିଲେ ଯେ ଯଦି ସେ ରାଷ୍ଟ୍ରପତି ଥାନ୍ତେ ତେବେ ପରିସ୍ଥିତି କେବେ ବି ଏହି ସ୍ଥିତିରେ ପହଞ୍ଚି ନ ଥାନ୍ତା। ହାରିସ ଇସ୍ରାଏଲ ଓ ଏହି ଅଞ୍ଚଳର ଆରବ ଜନସଂଖ୍ୟାକୁ ଘୃଣା କରନ୍ତି ବୋଲି ସେ କହିଛନ୍ତି।  

ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ବେଳେ ହାରିସ କହିଛନ୍ତି ଯେ ଯଦି ଟ୍ରମ୍ପ ରାଷ୍ଟ୍ରପତି ଥାନ୍ତେ ତେବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିବ୍‌ରେ ରହିଥାନ୍ତେ। ପୁଟିନଙ୍କ ଚାପ ଆଗରେ ଟ୍ରମ୍ପ ମୁଣ୍ଡ ନୁଆଇଁଥାନ୍ତେ।  ଜଣେ ଏକଚ୍ଛତ୍ରବାଦୀ ବ୍ୟକ୍ତିଙ୍କ ସହ ବନ୍ଧୁତା କଲେ ସେ (ପୁଟିନ) ଆପଣଙ୍କୁ ମଧ୍ୟାହ୍ନ ଭୋଜନରେ ଖାଇଦେବେ ବୋଲି ହାରିସ କହିଥିଲେ। ରୁଷ୍ ବିରୋଧରେ ୟୁକ୍ରେନ୍ ବିଜୟୀ ହେଉ ବୋଲି ସେ ଚାହୁଛନ୍ତି କି ବୋଲି ପ୍ରଶ୍ନର ସିଧାସଳଖ ଉତ୍ତର ନ ଦେଇ ଟ୍ରମ୍ପ କହିଥିଲେ, ମୁଁ ଚାହୁଛି ଯୁଦ୍ଧ ବନ୍ଦ ହେଉ। ମୁଁ ଭାବୁଛି ଏହି ଯୁଦ୍ଧ ଶେଷ କରିବା ଆମେରିକାର ସର୍ବୋତ୍ତମ ସ୍ୱାର୍ଥର ଅନୁକୂଳ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe