ଟ୍ରମ୍ପ୍‌ ରାଷ୍ଟ୍ରପତି ପଦର ଗରିମା ନଷ୍ଟ କରିଛନ୍ତି: ଓବାମା

Advertisment

ବାଇଡେନ୍‌ଙ୍କ ପାଇଁ ଓବାମା ପ୍ରଚାର କରିବା ଭଲ ଖବର: ଟ୍ରମ୍ପ୍‌

ବାଇଡେନ୍‌ଙ୍କ ପାଇଁ ଓବାମା ପ୍ରଚାର କରିବା ଭଲ ଖବର: ଟ୍ରମ୍ପ୍‌

ଚର୍ଚ୍ଚାରେ ଓବାମାଙ୍କ ଫୋନ୍‌ ବ୍ୟାଙ୍କିଙ୍ଗ୍‌; ‘ହେ ଜ୍ୟାକ୍‌ସ…’

forbes.com

ଓ୍ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ପ୍ରଚାରକୁ ଓହ୍ଲାଇଛନ୍ତି। ପେନସିଲଭାନିଆର ଫିଲାଡେଲଫିଆ ଠାରେ ଓବାମା ଟ୍ରମ୍ପ୍‌ଙ୍କ ତ୍ରୁଟିପୂର୍ଣ୍ଣ କୋଭିଡ୍‌ ପରିଚାଳନା ପାଇଁ ତାଙ୍କୁ ତୀବ୍ର ସମାଲୋଚନା କରି ଶାଣିତ ଆକ୍ରମଣାତ୍ମକ ଅଭିଭାଷଣ ରଖିଛନ୍ତି। ଓବାମା କହିଛନ୍ତି. ଟ୍ରମ୍ପ୍‌ ରାଷ୍ଟ୍ରପତି ପଦର ଗରିମା ନଷ୍ଟ କରିଛନ୍ତି। ଅତି ବେପରୁଆ ଭାବେ ସେ ସବୁ ପ୍ରସଙ୍ଗକୁ ଗ୍ରହଣ କରୁଥିବାରୁ ଆମେରିକା ଯଥେଷ୍ଟ କ୍ଷତି ସହିଲାଣି ବୋଲି ସେ କହିଛନ୍ତି।

ତେବେ ଓବାମା ବାଇଡେନଙ୍କ ପାଇଁ ପ୍ରଚାର କରିବା ଘଟଣାକୁ ଖୁବ୍‌ ହେୟ ମନେ କରିଛନ୍ତି ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌। ଆମେରିକାବାସୀ ଓବାମା ପ୍ରଶାସନର ବିଫଳତା ଯୋଗୁଁ ତାଙ୍କ ପରେ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ହାଉସ୍‌ ପଠାଇଥିଲେ ବୋଲି କହି ସେ ନିଜେ ଆତ୍ମସନ୍ତୋଷ ଲାଭ କରିଛନ୍ତି। ତେବେ ତାଙ୍କ ବିରୋଧରେ ଓବାମାଙ୍କ ଏହି ନିର୍ବାଚନ ପ୍ରଚାର ତାଙ୍କ ପାଇଁ ଭଲ ଖବର ବୋଲି ନର୍ଥ କାରୋଲିନାର ଗାଷ୍ଟୋନିଆ ଠାରେ ସମବେତ ସମର୍ଥକମାନଙ୍କୁ ଟ୍ରମ୍ପ୍‌ କହିଛନ୍ତି। ଗତ ଥର ରାଷ୍ଟ୍ରପତି ପ୍ରାର୍ଥୀ କୁଟିଳ ହିଲାରି କ୍ଲିଣ୍ଟନଙ୍କ ପାଇଁ ଓବାମାଙ୍କ ବ୍ୟତୀତ ଆଉ କେହି ଏମିତି ପ୍ରଚାର କରିନଥିଲେ। ଆଉ ପରିଣାମ କଥା ସମସ୍ତେ ଜାଣିଛନ୍ତିବୋଲି ସମର୍ଥକମାନଙ୍କୁ ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe