ମୋଦିଙ୍କ ସହ ଟ୍ରମ୍ପ୍‌ଙ୍କର ନିବିଡ଼ ସମ୍ପର୍କ ଅଛି

Advertisment
ମୋଦିଙ୍କ ସହ ଟ୍ରମ୍ପ୍‌ଙ୍କର ନିବିଡ଼ ସମ୍ପର୍କ ଅଛି

Image Courtesy of TOI

ଓ୍ଵାସିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିବିଡ଼ ସମ୍ପର୍କ ଅଛି ବୋଲି ଶୁକ୍ରବାର ଦିନ ଭାରତ-ଆମେରିକା ସମ୍ପର୍କକୁ ଗୁରୁତ୍ୱ ଦେଇ ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌ର ଜଣେ ଅଧିକାରୀ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌ର ମୁଖପାତ୍ର ହିଦର୍‌ ନଉରେଟ୍‌ କହିଛନ୍ତି: ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କର ନିଶ୍ଚୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିବିଡ଼ ସମ୍ପର୍କ ଅଛି।

ମୁଁ ଜାଣେ ତାଙ୍କ ଝିଅ ଇଭାଙ୍କା ଗତବର୍ଷ ହାଇଦ୍ରାବାଦ ଗସ୍ତକୁ ମନଭରି ଉପଭୋଗ କରିଛନ୍ତି। ତେଣୁ ସମ୍ପର୍କ ଆହୁରି ଦୃଢ଼ିଭୂତ ହୋଇଛି ଏବଂ ଏହା ଆହୁରି ଦୃଢ଼ତର ହେଉଛି ବୋଲି ସେ କହିଛନ୍ତି।

ଆଫଗାନିସ୍ତାନରେ ଭାରତର ଭୂମିକାକୁ ନଉରେଟ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଶ୍ୱ ଏକତ୍ର ହୋଇ ବିଭିନ୍ନ ସ୍ଥାନରେ କାମ କରିବାର ଏହା ହେଉଛି ଉଦାହରଣ। ଅତୀତରେ ଦେଶ ସବୁ ଏକତ୍ର ହୋଇ କାମ କରି ନ ଥିଲେ। କେମିତି କାମ ସମ୍ପନ୍ନ ହେଉଛି ତାହାର ଏହା ପ୍ରକୃଷ୍ଟ ନମୁନା। ସାଉଦି ଆରବ ଇରାକ୍‌କୁ ସାହାଯ୍ୟ କରୁଛି।

ଏ ମାସ ପ୍ରାରମ୍ଭରେ ଜାତିସଂଘସ୍ଥିତ ଆମେରିକାର ରାଷ୍ଟ୍ରଦୂତ ନିକି ହେଲି କହିଥିଲେ କି, ଭାରତ-ଆମେରିକା ସମ୍ପର୍କ ଅସୀମ। ଆର୍ଥିକ ଏବଂ ପ୍ରଶାସନିକ ସଂସ୍କାର ଆଣିଥିବାରୁ ସେ ମୋଦିଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe