ଟ୍ରମ୍ପ୍‌ ବାଥ୍‌ରୁମ ଓ ଷ୍ଟୋର୍‌ରୁମ୍‌ରେ ଲୁଚାଇଥିଲେ ଗୋପନ ଦସ୍ତାବିଜ

ଆମେରିକାର ପରମାଣୁ ନୀତି ସଂକ୍ରାନ୍ତ ଫାଇଲ ବି ନେଇଥିଲେ

ଟ୍ରମ୍ପ୍‌ ବାଥ୍‌ରୁମ ଓ ଷ୍ଟୋର୍‌ରୁମ୍‌ରେ ଲୁଚାଇଥିଲେ ଗୋପନ ଦସ୍ତାବିଜ

The Daily Beast

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବିରୋଧରେ ଗୋପନୀୟ ଦସ୍ତାବିଜ ମାମଲାରେ ୩୭ଟି ଅଭିଯୋଗ ସାର୍ବଜନୀନ କରାଯାଇଛି। ଏଥିରେ ୩୧ଟି ଅଭିଯୋଗ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ହୋଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକ ମିଥ୍ୟା ତଥ୍ୟ ପ୍ରଦାନ ସଂପର୍କିତ ବୋଲି ଦର୍ଶାଯାଇଛି। ଟ୍ରମ୍ପ୍‌ ଦେଶର ଅତି ଗୋପନୀୟ ଦସ୍ତାବିଜ ସବୁ ନିଜ ଘରକୁ ନେଇଯିବା ସହ ତାହାକୁ ଲୁଚାଇ ରଖିଥିଲେ ଏବଂ ନ୍ୟାୟ ବ୍ୟବସ୍ଥାରେ ବାଧା ସୃଷ୍ଟି କରୁଥିଲେ ବୋଲି ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ ଅଦାଲତରେ ରିପୋର୍ଟ ଦାଖଲ କରିଛି।

ଟ୍ରମ୍ପ୍‌ ଦେଶର ଗୁରୁତ୍ବପୂର୍ଣ୍ଣ ଗୋପନନୀୟ ଫାଇଲ୍‌ଗୁଡ଼ିକୁ ତାଙ୍କ ବାଥରୁମ୍‌, ବଲ୍‌ରୁମ୍‌ ଓ ଷ୍ଟୋର୍‌ରୁମ୍‌ରେ ଲଚାଇ ରଖିଥିଲେ ଏବଂ ତଲାସୀ ସମୟରେ ଏହା ଜବତ କରାଯାଇଛି। ଟ୍ରମ୍ପ୍‌ ନିଜ ପାଖରେ ଆମେରିକାର ଅତି ଗୋପନୀୟ ପରମାଣୁ ତଥ୍ୟ ସମ୍ବଳିତ ଫାଇଲ ମଧ୍ୟ ରଖିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ହାରିବା ପରେ ସେ ଏହାକୁ ନେଇଯାଇଥିଲେ ଏବଂ ଯାଞ୍ଚ ସମୟରେ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିନଥିଲେ ବୋଲି କୋର୍ଟରେ ପ୍ରମାଣ ଦାଖଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe