ରୁଷ୍-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲଗାଇଛନ୍ତି: ହ୍ବାଇଟ୍ ହାଉସ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଭାରୀ ଶୁଳ୍କ ଲଗାଇଛନ୍ତି। ଭାରତ ଉପରେ ୫୦%ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ଏବେ ଟ୍ରମ୍ପ କାହିଁକି ଏଭଳି ବଡ଼ ନିଷ୍ପତ୍ତି ନେଲେ ତାହାର କାରଣ ଜଣାଇଛନ୍ତି ହ୍ୱାଇଟହାଉସ୍‌ର ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍।

New Project

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଭାରୀ ଶୁଳ୍କ ଲଗାଇଛନ୍ତି। ଭାରତ ଉପରେ ୫୦%ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ଏବେ ଟ୍ରମ୍ପ କାହିଁକି ଏଭଳି ବଡ଼ ନିଷ୍ପତ୍ତି ନେଲେ ତାହାର କାରଣ ଜଣାଇଛନ୍ତି ହ୍ୱାଇଟହାଉସ୍‌ର ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍। ସେ କହିଛନ୍ତି ଯେ, "ରୁଷ୍-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତି ପାଇଁ ଟ୍ରମ୍ପ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି।"

ପୂର୍ବରୁ ୨୫ ପ୍ରତିଶତ ଶୁଳ୍କ ପରେ ଘୋଷଣା ପରେ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ, ଯାହା ପରେ ମୋଟ ଶୁଳ୍କ ଦୁଇଗୁଣ ହୋଇ ୫୦ ପ୍ରତିଶତ ହୋଇଥିଲା। ଲେଭିଟ୍ କହିଛନ୍ତି ଯେ, "ପ୍ରତିବନ୍ଧକର ଉଦ୍ଦେଶ୍ୟ ହେଉଛି ରୁଷ ଉପରେ ଅତିରିକ୍ତ ଚାପ ପକାଇବା। ଯେମିତି ଟ୍ରମ୍ପ, ଭାରତ-ପାକିସ୍ତାନ ଯୁଦ୍ଧର ଅନ୍ତ କରିଛନ୍ତି ସେମିତି ରୁଷ୍ ଓ ୟୁ‌କ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ କରିବାକୁ ଚା‌ହୁଁଛନ୍ତି।"

"ରାଷ୍ଟ୍ରପତି ଏହି ଯୁଦ୍ଧକୁ ଯଥାଶୀଘ୍ର ସମାପ୍ତ କରିବାକୁ ଚାହୁଁଛନ୍ତି। ନାଟୋ ସେକ୍ରେଟାରୀ ଜେନେରାଲଙ୍କ ସମେତ ସମସ୍ତ ୟୁରୋପୀୟ ନେତା ଏକମତ ଯେ ଏହା ଏକ ବହୁତ ଭଲ ପଦକ୍ଷେପ। ମୁଁ ଆପଣଙ୍କୁ ଆଶ୍ବସ୍ତ କରିପାରିବି ଯେ, ଦ୍ୱିପାକ୍ଷିକ ଆଲୋଚନାକୁ ସଫଳ କରିବା ପାଇଁ ଯୁକ୍ତରାଷ୍ଟ୍ର ସରକାର ଏବଂ ଟ୍ରମ୍ପ ପ୍ରଶାସନ ଉଭୟ ରୁଷ ଓ ୟୁକ୍ରେନ ସହିତ କାମ କରୁଛନ୍ତି" ବୋଲି ଲେଭିଟ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe