ପ୍ରତିଶ୍ରୁତି ରକ୍ଷାକରିଛି: ‘ଷ୍ଟେଟ୍‌ ଅଫ୍‌ ୟୁନିୟନ୍‌’ ଅଭିଭାଷଣରେ କହିଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Advertisment
ପ୍ରତିଶ୍ରୁତି ରକ୍ଷାକରିଛି: ‘ଷ୍ଟେଟ୍‌ ଅଫ୍‌ ୟୁନିୟନ୍‌’ ଅଭିଭାଷଣରେ କହିଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

Image Source: Dawn

ଓ୍ଵାସିଂଟନ୍‌: ମୁଁ ମୋର ପ୍ରତିଶ୍ରୁତି ରକ୍ଷା କରିଛି ବୋଲି ମଙ୍ଗଳବାର ରାତିରେ ‘ଷ୍ଟେଟ୍‌ ଅଫ୍‌ ୟୁନିୟନ୍‌’ ବାର୍ଷିକ ଅଭିଭାଷଣ ଆରମ୍ଭ କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି।

ଗତ ଡିସେମ୍ବର ମାସରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିବା ‘ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌’କୁ ମଙ୍ଗଳବାର ରାତିରେ ଅତ୍ୟନ୍ତ ଖୁସି ମିଜାଜ୍‌ରେ ଯାଇଥିଲେ ଟ୍ରମ୍ପ୍‌।

ଅଭିଭାଷଣରେ ସେ ଆହୁରି କହିଛନ୍ତି: ଆମ ମହାନ୍‌ ଦେଶର ନାଗରିକମାନଙ୍କୁ ଏବଂ ମୋ ସମ୍ମୁଖରେ ଉପସ୍ଥିତ ଥିବା କଂଗ୍ରେସର ସଦସ୍ୟମାନଙ୍କୁ ମୁଁ କହୁଛି: ପୂର୍ବାପେକ୍ଷା ଆମ ‘ଷ୍ଟେଟ୍‌ ଅଫ୍‌ ୟୁନିୟନ୍‌’ ଆହୁରି ଶକ୍ତିଶାଳୀ ହୋଇଯାଇଛି!

publive-image Image Source: Hindustan Times

ତିନି ବର୍ଷ ତଳେ ଆମେ ‘ମହାନ୍‌ ଆମେରିକୀୟ ପ୍ରତ୍ୟାବର୍ତ୍ତନ’ ଅଭିଯାନ ଆରମ୍ଭ କରିଥିଲେ। ଆଜି ରାତିରେ ମୁଁ ଆପଣମାନଙ୍କ ସମ୍ମୁଖରେ ଠିଆ ହୋଇ ତାହାର ଅବିଶ୍ୱସନୀୟ ଫଳାଫଳ ଘୋଷଣା କରୁଛି।

‘ଆମେରିକୀୟ ପତନ ମାନସିକତା’କୁ ଆମେ ବିଧ୍ୱଂସ୍ତ କରିବା ସହ ସଙ୍କୁଚିତ ହୋଇ ଆସୁଥିବା ଆମେରିକାର ଭବିଷ୍ୟତକୁ ପ୍ରତ୍ୟାଖ୍ୟାନ କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe