‘ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପ୍‌ ଅଯୋଗ୍ୟ’: ବାରାକ ଓବାମା

ଯୁଦ୍ଧକୁ ନେଇ ଇସ୍ରାଏଲକୁ ସତର୍କ କରାଇଲେ ବାରାକ୍ ଓବାମା

Image Courtesy of India Today

ଵାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି, ଡୋମୋକ୍ରାଟିକ ଓ ରିପବ୍ଲିକାନ ଦଳ ଭିତରେ କାଦୁଅ ଫିଙ୍ଗା ସେତେ ଅଧିକ ହେବାରେ ଲାଗିଛି। ସଦ୍ୟତମ ପ୍ରଚାରରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଦ୍ବିତୀୟ ଥର ପାଇଁ ଆଶାୟୀ ରାଷ୍ଟ୍ରପତି ଡୋନାଡ୍ଡ ଟ୍ରମ୍ପ୍‌ଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରିଛନ୍ତି। ଦେଶର ଏହି ଶୀର୍ଷ ପଦବିରେ ବସିବା ପାଇଁ ଟ୍ରମ୍ପ୍‌ ସମ୍ପୂର୍ଣ୍ଣ ଅପାରଗ ଓ ଅଯୋଗ୍ୟ ବୋଲି ଓବାମା ଆକ୍ଷେପ କରିଛନ୍ତି। ଅପରପକ୍ଷେ, ଆମେରିକା ଗଣତନ୍ତ୍ରର ସୁରକ୍ଷା ଲାଗି ଲୋକେ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ହୋଇଥିବା ତାଙ୍କର ସହଯୋଗୀ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିଜୟ ସୁନିଶ୍ଚିତ କରାଇବାକୁ ଓବାମା ନିବେଦନ କରିଛନ୍ତି।

ଓବାମାଙ୍କ କହିବା ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ୍‌ ଶାସନ ବ୍ୟବସ୍ଥାରେ ଆଦୌ ମନପ୍ରାଣ ଦେଇ କାମ କରିବାର ଆଗ୍ରହ ବର୍ତ୍ତମାନ ସୁଦ୍ଧା ଦେଖାଇନାହାନ୍ତି। କେବଳ ନିଜର ଓ ନିଜ ବନ୍ଧୁମାନଙ୍କର ଉପକାର ପାଇଁ ସେ କ୍ଷମତାର ଅପବ୍ୟବହାର କରିଚାଲିଛନ୍ତି। ସେହିପରି କେବଳ ଲୋକଙ୍କ ଗହଳି ଜମାଇବାକୁ ସେ ରାଷ୍ଟ୍ରପତି ପରି ଗୁରୁତ୍ବପୂର୍ଣ୍ଣ ପଦବିକୁ ଏକ ରିଅଲିଟି ସୋ'ରେ ପରିଣତ କରିଦେଇଛନ୍ତି ବୋଲି ଓବାମା କଟାକ୍ଷ କରିଛନ୍ତି। ମହାମାରୀ କୋଭିଡ୍‌ରେ ଦେଶର ଲକ୍ଷେ ୭୦ ହଜାରରୁ ଅଧିକ ନାଗରିକଙ୍କ ମୃତ୍ୟୁ ଏବଂ ଲକ୍ଷ ଲକ୍ଷ ଦେଶବାସୀ ରୋଜଗାରର ପନ୍ଥା ହରାଇବା ପାଇଁ ଟ୍ରମ୍ପ୍‌ଙ୍କୁ ହିଁ ଓବାମା ଦାୟୀ କରିଛନ୍ତି। ଆମେରିକୀୟମାନେ ଟ୍ରମ୍ପ୍‌ଙ୍କୁ ଯେପରି ଚାହାନ୍ତି, ସେ ସେପରି ହୋଇନାହାନ୍ତି, ଏପରିକି ସେ ସେମିତି ହୋଇପାରିବେ ନାହିଁ ବୋଲି ନିଜକୁ ମଧ୍ୟ ତଦନୁସାରେ ଗଢ଼ିନାହାନ୍ତି ବୋଲି ଓବାମା ଡେମୋକ୍ରାଟିକ ଦଳ ଦ୍ବାରା ଆହୂତ ଜାତୀୟ ସମାବେଶର ତୃତୀୟ ଦିବସରେ ଟ୍ରମ୍ପ୍‌ଙ୍କର ଭର୍ତ୍ସନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe