ଜର୍ଜିଆ, ମିସିଗନ୍‌ରେ ନ୍ୟା‌ୟିକ ଲଢ଼େଇ ହାରିଲେ ଟ୍ରମ୍ପ୍‌

Advertisment

ଜର୍ଜିଆରେ ଐତିହାସିକ ପୁନର୍ଗଁଣତି ପାଇଁ ପ୍ରସ୍ତୁତି

ଜର୍ଜିଆରେ ଐତିହାସିକ ପୁନର୍ଗଁଣତି ପାଇଁ ପ୍ରସ୍ତୁତି

ଜର୍ଜିଆ, ମିସିଗନ୍‌ରେ ନ୍ୟା‌ୟିକ ଲଢ଼େଇ ହାରିଲେ ଟ୍ରମ୍ପ୍‌

Arab American News

ୱାସିଂଟନ୍‌ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୋଟ୍‌ ଜାଲିଆତି ହୋଇଥିବା ଅଭିଯୋଗ କରି ଜର୍ଜିଆ ଏବଂ ମିଚିଗାନ୍‌ କୋର୍ଟରେ ମକଦ୍ଦମା ରୁଜୁ କରିଥିଲେ। କିନ୍ତୁ ୨ଟି ଯାକ ସ୍ଥାନରେ ଟ୍ରମ୍ପ୍‌ ନ୍ୟାୟିକ ଯୁଦ୍ଧରେ ହାରି ଯାଇଛନ୍ତି। ଜର୍ଜିଆ ଏବଂ ମିଚିଗାନ୍‌ରେ ଟ୍ରମ୍ପ୍‌ ଭୋଟ୍‌ ଜାଲିଆତି ନେଇ ଅଭିଯୋଗ କରିଥିଲେ। ଜର୍ଜିଆରେ ବିଳମ୍ବରେ ଆସିଥିବା ୫୩ ଟି ବାଲଟ୍‌କୁ ସମୟ ମଧ୍ୟରେ ଆସିଥିବା ବାଲଟ୍‌ ସହ ମିଶାଇ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏକ ବଡ଼ ଧରଣର ଭୋଟ୍‌ ଜାଲିଆତି ହୋଇଛି ବୋଲି ଟ୍ରମ୍ପ୍‌ ଅଭିଯୋଗ କରିଥିଲେ। ସେହିପରି ମିଚିଗାନ୍‌ରେ ମଧ୍ୟ ଟ୍ରମ୍ପ୍‌ ଭୋଟ୍‌ ଗଣତି ଉପରେ ରୋକ୍‌ ଲଗାଇବାକୁ କହି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ରାଜ୍ୟ ବିଚାରପତିମାନେ ଉକ୍ତ ୨ଟି ଯାକ ଆବେଦନକୁ ରଦ୍ଦ କରିଦେଇଛନ୍ତି। ଜର୍ଜିଆର ଜଣେ ବରିଷ୍ଠ ବିଚାରପତି ଜେମ୍‌ସ ବାସ୍‌ କହିଛନ୍ତି, ବ୍ୟଲଟ୍‌ ଅବୈଧ ବୋଲି ସେଭଳି କୌଣସି ପ୍ରମାଣ ନାହିଁ। ମିଚିଗାନ୍‌ ବିଚାରପତି ମଧ୍ୟ ଟ୍ରମ୍ପ୍‌ଙ୍କ ଅଭିଯୋଗ ପ୍ରତ୍ୟାଖ୍ୟାନ କରିଛନ୍ତି।

ଜର୍ଜିଆରେ ଐତିହାସିକ ପୁନର୍ଗଁଣତି ପାଇଁ ପ୍ରସ୍ତୁତି
ୱାସିଂଟନ : ଆମେରିକାର ଅନ୍ୟତମ ପ୍ରମୁଖ ନିର୍ବାଚନୀ ଯୁଦ୍ଧକ୍ଷେତ୍ର ଜର୍ଜିଆରେ ଶୁକ୍ରବାର ବାଇଡେନ୍‌ ଅଗ୍ରଣୀ ହେବା ଘଟଣା ଟ୍ରମ୍ପ୍‌ ସମର୍ଥକମାନଙ୍କୁ ବିସ୍ମିତ କରିଛି। ସାମ୍ପ୍ରତିକ ସ୍ଥିତିରେ ଜର୍ଜିଆରୁ ଜିତିବା ଟ୍ରମ୍ପ୍‌ଙ୍କ ପାଇଁ ନିଶ୍ଚିତ ଆହ୍ବାନ ହୋଇଥିବା ବେଳେ ସେ ସେଠାରୁ ଜିତିବେ ବୋଲି ବୁଧବାର ଆଗୁଆ ଘୋଷଣା କରିଥିଲେ। କାରଣ ରିପବ୍ଳିକାନ୍‌ ଦଳ ପାଇଁ ଗଡ଼ ଭାବେ ବିବେଚିତ ଜର୍ଜିଆର ଭୋଟରମାନେ ୧୯୯୨ ମସିହା ପରଠାରୁ ଆଉ ଡେମୋକ୍ରାଟିକ୍‌ ଦଳ ପ୍ରତି ଢଳିନାହାନ୍ତି। ଆଜି ବାଇଡେନ୍‌ ଟ୍ରମ୍ପ୍‌ଙ୍କଠାରୁ ୯୧୭ ଭୋଟରେ ଆଗରେ ରହିଛନ୍ତି। ଅପରପକ୍ଷେ, ଜର୍ଜିଆରେ ପୁନର୍ଗଣତି ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନା ଥାଉକି, ଜର୍ଜିଆର ନିର୍ବାଚନ ନିୟମ ଅନୁଯାୟୀ, ଉଭୟ ପ୍ରାର୍ଥୀଙ୍କ ଭିତରେ ଅଧ ପ୍ରତିଶତ ଭୋଟ ବ୍ୟବଧାନ ରହିଲେ ପଛରେ ରହିଥିବା ପ୍ରାର୍ଥୀ ଫଳାଫଳ ପ୍ରକାଶର ଦୁଇ ଦିନ ଭିତରେ ପୁନର୍ଗଣତି ପାଇଁ ନିବେଦନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe