୨୦୨୪ ନିର୍ବାଚନରେ ପୁଣି ଥରେ ଲଢ଼ିପାରନ୍ତି ଟ୍ରମ୍ପ୍‌

ଚୀନ୍‌ର ପ୍ରଭାବ ହ୍ରାସ ପାଇଁ ଟ୍ରମ୍ପ୍‌ଙ୍କ କଠୋର ଭିସା କଟକଣା

Al Jazeera

ଓ୍ୱାସିଂଟନ : ଦ୍ୱିତୀୟ ଥର ଲାଗି ହ୍ବାଇଟ୍‌ ହାଉସ୍‌ ଦଖଲ ପାଇଁ ସ୍ବପ୍ନ ଦେଖିଥିବା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଚଳିତ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ହାରିଯିବା ପରେ ତାଙ୍କର ପରବର୍ତ୍ତୀ ଭୂମିକା କ'ଣ ହେବ, ସେଥିପାଇଁ କଳ୍ପନାଜଳ୍ପନା ଜାରି ରହିଛି।

ଦ୍ବିତୀୟ ବିଶ୍ବ ଯୁଦ୍ଧ ପରଠାରୁ ଆମେରିକାରେ ତାଙ୍କ ଭଳି ଜିମି କାର୍ଟର ଓ ଜର୍ଜ ଏଚ୍‌ ଡବ୍‌ଲ୍ୟୁ ବୁସ୍‌ ଦ୍ବିତୀୟ ଥର ରାଷ୍ଟ୍ରପତି ହେବାରେ ବିଫଳ ହୋଇଛନ୍ତି। ସେ ହେଉଛନ୍ତି ଆମେରିକାର ପ୍ରଥମ ରାଷ୍ଟ୍ରପତି ଯିଏ ଆଗରୁ କେବେ କୌଣସି ରାଜନୈତିକ ପଦପଦବି ମଣ୍ଡନ କରିନଥିଲେ କି କୌଣସି ଗୁରୁତ୍ବପୂର୍ଣ୍ଣ ସାମରିକ ଅଧିକାରୀ ଭାବେ ପରାକାଷ୍ଠା ଦେଖାଇନଥିଲେ। ତେଣୁ ଆମେରିକୀୟଙ୍କ ପାଖରେ ଆଗରୁ ସେ ପରିଚିତ ନଥିବାରୁ ତାଙ୍କୁ ଏପରି ପରାଜୟ ସ୍ବୀକାର କରିବାକୁ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।

ତେବେ ଏହାପରେ ସେ ଗଲ୍‌ଫ କୋର୍ସରେ ଅବସର ବିନୋଦନ କରିବେ ବୋଲି କେହି କେହି ଟିପ୍ପଣୀ କରୁଥିବା ବେଳେ ସେ ଟ୍ବିଟରରେ ସେମିତି ପୂର୍ବ ଭଳି ନିଜର ଦର୍ପିଳ ଅଭିଳାଷ ବ୍ୟକ୍ତ କରି ଚାଲିଥିବେ ବୋଲି ମଧ୍ୟ କେହି କେହି ମନ୍ତବ୍ୟ ଦେଇଛନ୍ତି। ମାତ୍ର ତାଙ୍କ ରିପବ୍ଲିକାନ୍‌ ଦଳର ଆଭିମୁଖ୍ୟ ଅନୁଯାୟୀ, ସେ ଆଗାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି ବୋଲି ଅନେକ ରାଜନୀତି ବିଶାରଦ ଭବିଷ୍ୟବାଣୀ କରିଛନ୍ତି। ଦଳ ଭିତରେ ତାଙ୍କର ପ୍ରମୁଖ ସ୍ଥିତି ରହିଥିବାରୁ ଏଭଳି ସମ୍ଭାବନା ରହିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe